csstore

ଆଗଲପୁର ବ୍ଲକ ରାମପୁର ଠାରେ ବିଜେଡ଼ିର ୨୯ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ସାଲେଭଟା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରାମପୁର ଠାରେ ବିଜେଡ଼ିର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବ୍ଲକ ବିଜେଡି ସଭାପତି ପଞ୍ଚୁ ପଧାନଙ୍କ ସଭାପତତ୍ୱରେ ଅନୁଷ୍ଠିତ ସଭାରେ ବିଜେଡି ଏମଏଲଏ ପ୍ରାର୍ଥୀ ନିହାର ରଞ୍ଜନ ବେହେରା, ଯୁବନେତା ଆକାଶ ମିଶ୍ର , ପ୍ରମୋଦ ମିଶ୍ର, ମୁକେଶ ମିଶ୍ର, ଲୋଇସିଂହା ବ୍ଲକ ମହିଳା ସଭାପତି ଜ୍ୟୋସ୍ନାମୟୀ ନାଗ, ଜୋନ ୨ ର ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ଦାସ, ଆଗଲପୁର ବ୍ଲକ ଉପ।ଧ୍ୟକ୍ଷା ନିରୁପମା ପଧାନ, ସମିତି ସଭ୍ୟା ସତ୍ୟବତୀ କୁଆଁର, ପୁଇଁତଳା ବ୍ଲକ ବିଜେଡି ସଭାପତି ସୁଧୀର ଅମାତ, ଚାଷୀ ନେତା ଦିଲ୍ଲୀପ ବାରିକ, ବଲାଙ୍ଗିର ଛ।ତ୍ର ଉପସଭାପତି ଟି. ବୁଲୁ କଦମ ମଞ୍ଚ।ସିନ ଅତିଥି ଭାବରେ ଉପସ୍ଥିତ ଥିଲେ । ଉକ୍ତ ସଭାରେ ବରିଷ୍ଠ ବୃଦ୍ଧ ବାବୁଲାଲ ଭୋଇ, ବିନାୟକ ବାରିକଙ୍କୁ ଫୁଲତୋଡା ଦେଇ ସମ୍ମାନିତ କରାଯାଇଥିଲା । ଉକ୍ତ ସଭାକୁ ଉତ୍ତମ ଭୋଇ ଆୟୋଜନ କରି ଅତିଥିଙ୍କୁ ଫୁଲତୋଡା ଦେଇ ସମ୍ମାନିତ କରାଯାଇଥିଲା । ଉକ୍ତ ସଭାରେ ବିଜେପିର ବିଫଳତା, ଇଭିଏମ ଦୁର୍ନୀତି, ଗୋ ଚାଲାଣ, ଟୋକନ ଅବ୍ୟବସ୍ଥା, ଏହା ବ୍ୟତତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସର ଗାରୀମା ମୟ, ଜୀବନୀ, ସେବା, ସମର୍ପଣ, ସ୍ୱାଭିମାନ, ସଂଘର୍ଷମୟ ଏହି ବିଜେଡି କାର୍ଯ୍ୟ କରିଥାଏ ବୋଲି ଅତିଥିମାନେ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ଏହି ସଭାରେ ପ୍ରଶାନ୍ତ ଭୋଇ, ସୁଶାନ୍ତ ମିଶ୍ର, ଶ୍ରୀନିବାସ ମଲ୍ଲିକ, ଚିତ୍ରସେନ ମାଝୀ, ପୂର୍ଣ୍ଣ ଚନ୍ଦ୍ର ସାହୁ, ପବିତ୍ର ପଧାନ, ସୁଶିଲ ଗୁରୁ, ସମେତ ଶତାଧିକ ମହିଳା, ପୁରୁଷ ଯୋଗଦେଇଥିଲେ । ଶେଷରେ ସଭାପତି ପଞ୍ଚୁ ପଧାନଙ୍କ ପରାମର୍ଶ କ୍ରମେ ଉତ୍ତମ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.