csstore

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପରିଚାଳନା ସମିତି ସଭାପତି ଡ. ହରପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ପ୍ରଧାନଆଚାର୍ଯ୍ୟ ସୁବାସ ଚନ୍ଦ୍ର ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ.ନୃପରାଜ ସାହୁ, ସମ୍ମାନିତ ଅତିଥି ଭାବେ ସୋନପୁର ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମଣ ମିଶ୍ର, ମୁଖ୍ୟବକ୍ତା ଭାବେ ଆରଏସଏସର ପଶ୍ଚିମ ଓଡ଼ିଶା ସହପ୍ରାନ୍ତ ପ୍ରଚାରକ ପ୍ରଣବ କୁମାର ନାୟକ ଯୋଗଦେଇଥିବା ବେଳେ ପରିଚାଳନା ସମିତି ସମ୍ପାଦକ ଶାନ୍ତନୁ କୁମାର ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲାପାଳ ଡ. ସାହୁ ଯୋଗଦେଇ ଭାରତର ଆତ୍ମା ଏବଂ ମୂଳଦୁଆ ଯେଉଁ ନୀତି ସହିତ ସଂପୃକ୍ତ ସେହି ନୀତି ଓ ଆଦର୍ଶକୁ ଯଦି କିଏ ସମ୍ପୂର୍ଣ୍ଣ ଅନୁସରଣ କରନ୍ତି ସେଇଟା ହେଉଛି ଆମର ବିଦ୍ୟା ବିକାଶ ପରିଷଦ ତଥା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର । ପୃଥିବୀକୁ ଆଲୋକ ଆମ ଦେଶ ତଥା ଆମ ମାଟି ସିଖାଇଛି । ଆମ ଇତିହାସ, ସଂସ୍କୃତି ଓ ପୂରାଣ ଆମକୁ ଯାହା ଶିକ୍ଷା ଦେଇଛି ତାହା ବିଜ୍ଞାନ ଓ ପ୍ରଯୁକ୍ତିର ପ୍ରାଦୁର୍ଭାବରେ ଯଦିଓ ଅନେକ ପରିମାଣରେ ଆସକ୍ତ ହୋଇଛୁ ତଥାପି ଦିନେ ନା ଦିନେ ଆମେ ସେହି ମୂଳଦୁଆକୁ ଫେରିବାକୁ ବାଧ୍ୟ ହେବା ବୋଲି କହିବା ସହ ଫୋନ ଓ ଟିଭି ଠାରୁ ଛୁଆମାନଙ୍କୁ ଦୂରେଇ ରଖିବାକୁ ମା’ ମାନଙ୍କୁ ପରାମର୍ଶ ଦେଇଥିଲେ । ପାରିଶ୍ରମିକ ବେଶୀ ନ ପାଇଲେ ମଧ୍ୟ ତା’ ଠାରୁ ଖୁବ ବେଶୀ ପରିଶ୍ରମ କରୁଥିବା କହି ଗୁରୁଜୀ ଗୁରୁମାଙ୍କୁ ସମ୍ମାନ ଜଣାଇଥିଲେ ଜିଲ୍ଲାପାଳ । ସମ୍ମାନିତ ଅତିଥି ଶ୍ରୀ ମିଶ୍ର ଛାତ୍ରୀଛାତ୍ରଙ୍କୁ ଶାରୀରିକ, ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ପୂର୍ଣ୍ଣ ବିକଶିତ କରିବା ଉପରେ ମତପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଶ୍ରୀ ନାୟକ ରାଷ୍ଟ୍ର ଭାବନାକୁ ସୁସଂସ୍କୃତ ଓ ସୁସମ୍ପନ୍ନ କରିବା ପାଇଁ ଛାତ୍ରୀଛାତ୍ରମାନେ ଭଲ ପାଠ ପଢ, କଠିନ ପରିଶ୍ରମ କର ଓ ଭଲ ମଣିଷଟିଏ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରୀଛାତ୍ରଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଉପସ୍ଥିତ ସାମ୍ବାଦିକମାନଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିଶୁ ବାଟିକାରୁ ଦଶମ କ୍ଲାସ ଯାଏଁ ଛାତ୍ରୀଛାତ୍ରମାନେ ଲୋକନୃତ୍ୟ, ସଙ୍ଗୀତ ତଥା ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ ।

jayashree
Leave A Reply

Your email address will not be published.