jsm

ଶ୍ରୀ ଶ୍ରୀ ବିଷ୍ଣୁ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱର କଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ନିମନ୍ତେ ସେକ୍ଟର ୨୦ସ୍ଥିତ ପମ୍ପ ହାଉସ କଲୋନୀ ଠାରେ ଦୁଇଦିନିଆ ଶ୍ରୀ ଶ୍ରୀ ବିଷ୍ଣୁ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂଜକ କଳ୍ପତରୁ ପାଢ଼ୀ ଓ କର୍ତ୍ତା ଭାବେ କୃଷ୍ଣଚନ୍ଦ୍ର ସାହୁ ତଥା ହେମଲତା ସାହୁ ଦାୟିତ୍ଵ ନିର୍ବାହ କରିଥିଲେ । ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମରେ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, କଳସ ଯାତ୍ରା, ବୈଷ୍ଣୋବାଗ୍ନି ସ୍ଥାପନ, ମଣ୍ଡଳ ପୂଜା, ପୁଷ୍ପାଞ୍ଜଳି, ଆରତୀ, ବୈଦିକ ଯଜ୍ଞ, ବିଷ୍ଣୁ ସହସ୍ରନାମ, ଗୀତା ପାଠ, ହରି ସଂକୀର୍ତ୍ତନ ଆଦି କରାଯାଇଥିଲା । ପରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅରୁଣ ସାମଲ, ପୂର୍ଣ୍ଣ ସାହୁ, ମୁରଲୀଧର ସାମଲ, ଧନ ବାହାଦୁର, ଦିଲ୍ଲିପ ବେରିହା, ଅନୀଷ କାଲସାଇ, କୃଷ୍ଣ ଚନ୍ଦ୍ର କହ୍ନେର, କ୍ରୀଷ୍ଣା ତନ୍ତୀ, ତ୍ରିଲୋଚନ ରାଉତ, ବିରେନ ପୋଥାଳ, ରୂପେଶ ରାୟ, ଜୈରା ଟିଗା, ସୁଜାତା ରାୟ, ନମିତା ମହାନ୍ତି, ବାସନ୍ତୀ ମହାନ୍ତି, ପ୍ରମୋଦ ମହାନ୍ତି, ବେବି, ମଞ୍ଜୁଲତା ସାମଲ, କୈଳାଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.