om academy

ବଜରଙ୍ଗ ଦଳ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଭଇଁଷା ଗ୍ରାମର ବଜରଙ୍ଗ ଦଳ ପକ୍ଷରୁ ଭଇଁଷା ସ୍ଥିତ ବନ୍ଧଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବନ୍ଧର ରାସ୍ତାର ଦୁଇ ପାର୍ଶ୍ଵରେ ଦୀର୍ଘଦିନ ହେଲା ଅନାବନା ଘାସ ଗୁଡିକ ଲାଗିଥିବାରୁ ଏହି ରାସ୍ତା ଦେଇ ଲୋକଙ୍କୁ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେଥିପାଇଁ ଉକ୍ତ ଗ୍ରାମର ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ବାହାରି ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉମେଶ ମାଟାରି, ଆଶିଷ ନାଏକ, ବାଲକୃଷ୍ଣ ନାଏକ, ଲିପୁନ ରାଉତ, ପ୍ରକାଶ ପୋଡ଼, ସୁମନ୍ତ ପୋଡ଼, ଆଶିଷ ପୋଡ଼, ପ୍ରବିନ ପଟେଲ, ସିପୁନ ରାଉତ, ମାନସ ରାଉତଙ୍କ ସହ ବଜରଙ୍ଗ ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.