pakka

କଲା ଦହନା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ଆଜି କଟାପାଲି ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କଲା ଦହନା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରତିଷ୍ଠାତା ଓ ସମ୍ପାଦକ ଦିନେଶ ଭୋଇଙ୍କ ସମ୍ପାଦନାରେ ଏକ ଗୀତ, ପ୍ରବନ୍ଧ ଓ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ସମେତ ମୁଖ୍ୟ ଅତିଥି ଭାବରେ ଇଂରାଜୀ ଶିକ୍ଷକ ରଘୁନାଥ ସାହୁ ଓ ସଂଯୋଜନା ଦାୟିତ୍ୱରେ ହିନ୍ଦୀ ଶିକ୍ଷକ ଭୁବନେଶ୍ୱର ପ୍ରଧାନ ଓ ମୁଖ୍ୟ ବକ୍ତା ଦାୟିତ୍ୱରେ କବୟିତ୍ରୀ ନମିତା ଦୀପ୍ ଯାଦବ୍ ଓ ସମ୍ମାନିତ ଅତିଥି ଭାବେ ରଘୁନାଥ ସାହୁ ଉପସ୍ଥିତ ଥିଲେ । କଲା ଦହନା ସାଂସ୍କୃତିକ ଅନୁଷ୍ଠାନର ଉପସଭାପତି ବିକ୍ରମ ସାହୁ ସଭା ପରିଚଳନା କରିଥିଲେ ଓ ଆସରରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା । ଶେଷରେ କବି ମନୋଜ ବାଗ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ସଂସ୍କୃତ ଶିକ୍ଷକ ଶ୍ରୀମତୀ ନମିତା ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ ବୃନ୍ଦ କଲା ଦହନା ଅନୁଷ୍ଠାନର ସମ୍ପାଦନା ମଣ୍ଡଳୀ ଓ ତାଙ୍କ କୃତିତ୍ୱକୁ ଭୁୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

19 − thirteen =