oom

ଧାରୋଲ ଗ୍ରାମରେ କରମସାନୀ ପୂଜା ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଅନ୍ତର୍ଗତ ଧାରୋଲ (ନୁନିଆଁମୁଣ୍ଡା) ଗ୍ରାମରେ କରମସାନୀ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ଏହି ପୂଜାରେ କରମା ଗଛର ଡାଳକୁ ଅଣାଯାଇ ଗ୍ରାମର ମଝିରେ ସ୍ଥାପନ କରି ପୂଜା କରିଛନ୍ତି । କରମସାନୀ ଭଗବାନ ନିଜର ବରୁଆ ଦେହରେ ଓହ୍ଲାଇ ଆସି ସମସ୍ତ ଭକ୍ତଙ୍କ ତଥା ଗାଁର ସମସ୍ତଙ୍କ ମନସ୍କାମନା ପୂରଣ କରିଛନ୍ତି । ଏଥିରେ ଅନେକ କୀର୍ତ୍ତନ ଦଳ ସାମିଲ ହୋଇ କରମା ଗୀତ ଓ ତାଳରେ ସମସ୍ତ ଗ୍ରାମକୁ ଝୁମେଇ ଦେଇଛନ୍ତି । ଗାଁର ଗୌନ୍ତିଆ ବାସୁଦେବ ବରିହା, କରମସାନୀ ପୂଜା କମିଟି କୁନାଳ ବାଗ, ଶଙ୍କର ରଣା, ସୋମନାଥ ପାଣ୍ଡେ, ବରୁଣ ରଣା, ସନ୍ତୋଷ ବାଗ, ପ୍ରହଲ୍ଲାଦ ସହ ଅନ୍ୟାନ୍ୟ ପୂଜା କମିଟି ତଥା ଗ୍ରାମର ବିଭିନ୍ନ ଲୋକଙ୍କ ସହାୟତାରେ ସଫଳତା ସହ କରମସାନୀ ପୂଜା ପାଳନ ହୋଇଯାଇଛି । ଏହି ପୂଜାରେ ଗ୍ରାମ ତଥା ଆଖପାଖ ଅଞ୍ଚଳର ଅନେକ ଲୋକଙ୍କ ଗହଳି ଲାଗିଥିଲା ।

jittmm
Leave A Reply

Your email address will not be published.