jsm

ଫୁଲବାଣୀରେ ଶାରଦୀୟ କବିତା ଆସର

csstore

କନ୍ଧମାଳ, (ସୁରେନ୍ଦ୍ର ପାଣିଗ୍ରାହୀ) : ସମ୍ବାଦ ସାହିତ୍ୟ ଘର ଶାରଦୀୟ କବିତା ଆସର କାର୍ଯ୍ୟକ୍ରମ ଫୁଲବାଣୀ ଲେଖକ ସାମୁଖ୍ୟ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ କୈଳାଶଚନ୍ଦ୍ର ଧଳ ସ୍ୱାଗତ ଭାଷଣ ଦେଇଥିଲେ । କବୟିତ୍ରୀ ଅଧ୍ୟାପିକା ହରପ୍ରିୟା ମିଶ୍ର କବିତା ଆସର କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏଥିରେ କବି ସର୍ବଶ୍ରୀ ଦୁର୍ଯ୍ୟଧନ ପ୍ରଧାନ, ରାମକୃଷ୍ଣ ବେହେରା, ନବୀନ କିଶୋର ପଣ୍ଡା, ରବୀନ୍ଦ୍ରନାଥ ମିଶ୍ର, ବୈଜୟନ୍ତୀମାଳା ମହାପାତ୍ର, ସିଏଚ ନମିତା ପାତ୍ର, ପ୍ରଶନ୍ନ କୁମାର ପଣ୍ଡା, ସୋମନାଥ ସାହୁ, ହରପ୍ରିୟା ମିଶ୍ର, ଡ.ଚିତରଞ୍ଜନ ମିଶ୍ର, ଅଶୋକ ପରିଡା, କୈଳାଶଚନ୍ଦ୍ର ଧଳ, ବନବିହାରୀ ନନ୍ଦ ପ୍ରମୁଖ ଯୋଗ ଦେଇ ସେମାନଙ୍କର କବିତା ପାଠ କରିଥିଲେ ।

yuvodaya
Leave A Reply

Your email address will not be published.