csstore

ହୀରା ସିମେଣ୍ଟ କର୍ମଚାରୀ ସମବାୟ ସମିତିର ସାଧାରଣ ସଭା ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସିମେଣ୍ଟ କାରଖାନାର ହୀରା ସିମେଣ୍ଟ କର୍ମଚାରୀ ସମବାୟ ସମିତିର ୪୬ତମ ସାଧାରଣ ପରିଷଦ ବୈଠକ ସ୍ପୋର୍ଟସ କ୍ଲବ ପ୍ରୋକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ମହେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସିମେଣ୍ଟ କାରଖାନାର ପ୍ଲାଣ୍ଟ ନିର୍ଦ୍ଦେଶକ ଅଙ୍କୁର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ମାନବ ସମ୍ବଳ ବିଭାଗର ମୁଖ୍ୟ ଦୀନେଶ କୁମାର ପାଠକ ଏବଂ ବିତ୍ତ ବିଭାଗ ମୁଖ୍ୟ ମଣି ଶଙ୍କର ଯୋଗ ଦେଇଥିଲେ । ମନୋଜ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ କର୍ମଚାରୀଙ୍କ ପାଇଁ ସମବାୟ ସମିତି ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଶେଷରେ ଦୀନେଶ କୁମାର ପାଠକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.