pakka

ସହରରେ ୨୫ଟି ବୁଲା ଗାଇଗୋରୁ ଟେକିନେଲା ପୌର ପରିଷଦ ଏନ୍‌ଫୋର୍ସମେଣ୍ଟ ଟିମ୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବୁଲୁଥିବା ବୁଲା ଗାଈଗୋରୁଙ୍କ ଥଇଥାନ ପାଇଁ ପୌରପରିଷଦଠାରେ ପୌରପରିଷଦ ଏବଂ ସହରର ଠିକାଦାରପଡାଠାରେ ଥିବା ପୃଥ୍ୱୀରାଜ ଗୋଶାଳା ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା । ଆଜି ସକାଳେ ପୌରପରିଷଦ ପକ୍ଷରୁ ସହରର ମୁଖ୍ୟ ରାସ୍ତାଘାଟରେ ବୁଲୁ ଥିବା ୨୫ଟି ଗାଈଗୋରୁଙ୍କୁ ଟେକି ଆଣିଲା ପୌରପରିଷଦ ଏନ୍‌ଫୋର୍ସ ଟିମ୍‌ । ସେମାନଙ୍କୁ ପୃଥ୍ୱୀରାଜ ଗୋଶାଳାରେ ରଖାଯାଇଛି । ଯଦି ସହରରେ ଖୋଲାଖୋଲି ଗାଈ ଗୋରୁ ବୁଲିଲେ ତାକୁ ଜବତ କରିବା ସହ ମାଲିକଙ୍କ ଠୁ ଫାଇନ ଆକାରରେ ଅଢେଇଶହରୁ ପାଞ୍ଚ ଶହ ପର୍ଯ୍ୟନ୍ତ ଆଦାୟ କରାଯିବ । ଯଦି ମାଲିକ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ନେବାକୁ ନଆସନ୍ତି ତାହା ହେଲେ ଗାଈ ଗୋରୁଙ୍କ ନିଲାମ କରାଯିବ ନଚେତ ଦାନ କରିଦିଆଯିବ ବୋଲି ସୂଚନା ଦିଆଯାଇଛି । ଏହି ଅବସରରେ ପୌରାଧ୍ୟକ୍ଷା ଲିକା ସାହୁ, ୩ ନମ୍ବର ୱାର୍ଡର କାଉନସିଲର ରଜନୀ ବନଛୋର, ପୌର ପରିଷଦ ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଗୋଶାଳା ସଭାପତି ନରେନ୍ଦ୍ର କୁମାର ଜୈନ, ଲୋଟସ ଷଡ଼ଙ୍ଗୀ, ସନ୍ତୋଷ ମୋଦୀ, ସହିତ ପୌର ପରିଷଦର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × one =