pakka

ପୋଲିସ-ମାଓ ଗୁଳି ବିନିମୟ : ମାଓ ସାମଗ୍ରୀ ଜବତ

bbehera

ବଲାଙ୍ଗିର, (ଦେବାଶଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ସିମାନ୍ତ ଅଞ୍ଚଳରେ ମାଓ ଗତିବିଧି ଜାରି ରହିଛି । ମଙ୍ଗଳବାର ଦିନ ତୁରେକେଲା ଥାନା ଅନ୍ତର୍ଗତ ଛତ୍ରାଦାଣ୍ଡି ଜଙ୍ଗଲରେ ପୋଲିସ-ମାଓ ମଧ୍ୟରେ ଗୁଳି ବିନିମୟ ହୋଇଛି । ଅନ୍ଧାର ରାତି ଓ ଜଙ୍ଗଲି ଅଞ୍ଚଳର ଫାଇଦା ଉଠାଇ ମାଓବାଦୀମାନେ ଖସି ପଳାଇଥିବା ବେଳେ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବା ନେଇ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସ୍ଥାନୀୟ ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ସୋମବାର ରାତି ପ୍ରାୟ ୯ ଟା ସମୟରେ ଏକ ବିଶ୍ୱସ୍ତ ସୁତ୍ରରୁ ମାଓବାଦୀ ଗତିବିଧିର ଖବର ପାଇବା ପରେ ୧୦ଜଣ ସ୍ୱେଚ୍ଛାକୃତ ପୋଲିସ ଓ ଏକ ଏସ୍‌ଓଜି ଦଳ ତୁରକେଲା ଥାନା ଅଧିନସ୍ଥ ଛତ୍ରାଦାଣ୍ଡି ସଂରକ୍ଷିତ ଜଙ୍ଗଲ ପଇଁତରା ମାରିଥିଲେ । ସେଠାରେ ପ୍ରାୟ ୫ରୁ ୬ ଜଣ ସଶସ୍ତ୍ର ମାଓବାଦୀଙ୍କ ସହ ସେମାନେ ମୁହାଁ ମୁହିଁ ହୋଇଥିଲେ । ମାଓବାଦୀମାନଙ୍କ ତରଫରୁ ଅତର୍କିତ ଗୁଳି ଚାଲଣା ହୋଇଥିଲା । ଉତ୍ତରରେ ପୋଲିସ ଓ ଏସ୍‌ଓଜି ଦଳ ତରଫରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା । ପ୍ରାୟ ୧୦ ମିନିଟର ସଂଘର୍ଷ ପରେ ମାଓବାଦୀ ସେଠାରୁ ଫେରାର ମାରିଥିଲେ । ଘଟଣା ସ୍ଥଳରୁ ୩ଟି ଛୁରି, ଗୋଟିଏ ଟର୍ଚ୍ଚ, ଦୁଇଟି ଯୋତା, ଗୋଟିଏ ଟୁରିଷ୍ଟ ବ୍ୟାଗ, ଗୋଟିଏ ତାରପୋଲିନ, ଗୋଟିଏ ସୋଲାର ପ୍ୟାନେଲ, ତିନୋଟି ମଗ, ତିନୋଟି ପାଣି ଜାର, ଗୋଟିଏ ହଳ ଚପଲ, ଦୁଇଟି ସାର୍ଟ ଓ ହଳେ ପ୍ୟାଣ୍ଟ ମିଳି ଥିଲା । ଆହୁରି ଏହି ଘଟଣାରେ ପୋଲିସ ପକ୍ଷରୁ ୧୦୯ ରାଉଣ୍ଡ ଗୁଳି ଚଲା ଯାଇଥିବା ବେଳେ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.

eighteen + two =