pakka

୧୨ରୁ ନୃସିଂହନାଥ ବୈଶାଖ ମେଳା ଆରମ୍ଭ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ସର୍ବ ବୃହତ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଏକ ଦିନପରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବୈଶାଖ ମେଳା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ଚଳଚଞ୍ଚଳ ନୃସିଂହନାଥ ପୀଠ । ପ୍ରଶାସନ ତଥା ମନ୍ଦିର ପରିଚାଳନା କମିଟି ତରଫରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତା ମେ’ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ନୃସିଂହନାଥ ପୀଠରେ ବୈଶାଖ ମେଳା ଅନୁଷ୍ଠିତ ହେବ । ୧୨ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞର କଳସ ଯାତ୍ରା, ୧୩ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ବୀଜମନ୍ତ୍ର ଜପ, ୧୪ ତାରିଖରେ ବିଶ୍ବଶାନ୍ତି ଯଜ୍ଞ, ନୃସିଂହନାଥ ମହାପ୍ରଭୁ ମାର୍ଜାର କେଶରୀଙ୍କ ଜନ୍ମ ଉତ୍ସବ, ଧ୍ଵଜାବନ୍ଧ, କନ୍ଦ ସମାଜ ଦ୍ବାରା ପିଠକନ୍ଦା ଭୋଗ ଅର୍ପଣ ଓ ବୀଜମନ୍ତ୍ର ଜପ, ୧୫ ତାରିଖରେ ବିଶ୍ବଶାନ୍ତି ମହାଯଜ୍ଞ, ବୀଜମନ୍ତ୍ର ଜପ, ୧୬ ତାରିଖରେ ବିଶ୍ବଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି ହେବ । ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

18 + thirteen =