csstore

ପୁଣି ଆନ୍ଦୋଳନ ପାଇଁ ସଜବାଜ ରେଳ ଉପଭୋକ୍ତ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ରେଳ ଉପଭୋକ୍ତା ସଂଘ କାର୍ଯ୍ୟାଳୟ ଠାରେ ଗତକାଲି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାରା ଭାରତରେ ରେଳବାଇର ଉନ୍ନତିକରଣ ଚାଲିଥିଲେ ମଧ୍ୟ ବଲାଙ୍ଗିର ରେଳ ଷ୍ଟେସନର ଉନ୍ନତିକରଣ ପ୍ରାୟତଃ ଆଖି ଦୃଶିଆ ନୁହେଁ । ଗତବର୍ଷ ରେଳ ଉପଭୋକ୍ତା ସଂଘ ୪ଦଫା ଦାବିକୁ ନେଇ ଧାରଣାରେ ବସିଥିଲା । ଦୀର୍ଘ ବର୍ଷେ ବିତି ଯାଇଥିଲେ ମଧ୍ୟ ଗୋଟିଏ ବି ଦାବି ପୂରଣ ହୋଇନାହିଁ । ବଲାଙ୍ଗିରରୁ ଭୁବନେଶ୍ୱର ପ୍ରତ୍ୟେକ ଦିନ ଯାଇ ଫେରି ଆସିବା ପାଇଁ ଏକ ସକାଳୁଆ ଟ୍ରେନ, ଦିଲ୍ଲୀ ବା ପ୍ରୟାଗରାଜକୁ ଏକ ସିଧାସଳଖ ଟ୍ରେନ, ବଲାଙ୍ଗିରରେ ଟ୍ରେନର ରକ୍ଷଣାବେକ୍ଷଣ ପାଇଁ ଏକ ପିଆଟି ଲାଇନର ସୁବିଧା ଏବଂ ଦୀର୍ଘ ବର୍ଷ ଧରି ଲିଫ୍ଟ ପାଇଁ ଦାବି କରୁଥିଲେ ମଧ୍ୟ ସିଭିଲ ବିଭାଗ ଓ ବିଦ୍ୟୁତ ବିଭାଗର ସମନ୍ୱୟ ଅଭାବରୁ କାର୍ଯ୍ୟ ଅଗ୍ରସର ହୋଇପାରୁ ନାହିଁ । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷଙ୍କ ଧ୍ୟାନ ନାହିଁ । ଇଲେକ୍ଟ୍ରିକାଲକୁ ଫୋନ କଲେ ସିଭିଲ ବିଭାଗ ଏଫ୍‌ଓଭି କାର୍ଯ୍ୟ ସମାପ୍ତ ପରେ କରିବୁ ଓ ସିଭିଲ ବିଭାଗକୁ ଫୋନ କଲେ କ୍ରେନର ସୁବିଧା ନାହିଁ ସେଥି ପାଇଁ କାର୍ଯ୍ୟ ବିଳମ୍ବ ହେଉଛି ବୋଲି କହୁଛନ୍ତି । କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରେଳବାଇ ବିଭାଗ ନିଦାବିଷ୍ଣୁ ସାଜିଛି । ପୂର୍ବପରି ଚାଲୁଥିବା ବଲାଙ୍ଗିରରୁ ପୁନାକୁ ଏକ ସିଧାସଖଳ ଟ୍ରେନ ଓ ଲିଫ୍ଟ କାର୍ଯ୍ୟ ଶୀଘ୍ର ନ ହେଲେ ଉପଭୋକ୍ତ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଭାରେ ସ୍ଥିରୀକୃତ ହୋଇଛି । ଉକ୍ତ ସଭାରେ ସଂପାଦକ ଦିବାକର ହୋତା ଗତସଭାର ବିବରଣୀ ପାଠ କଲା ପରେ ବରିଷ୍ଠ ସଦସ୍ୟ ପ୍ରଭାକର ମିଶ୍ର, ମନୋରଂଜନ ପୁରୋହିତ, ଉପ-ସଭାପତି ଅଶୋକ କୁମାର ମିଶ୍ର, ଯୁଧିଷ୍ଟିର ମିଶ୍ର, କୋଷାଧ୍ୟକ୍ଷ ଅଶୋକ କୁମାର ଚାନ୍ଦ, ସହ-ସଂପାଦକ ହିତେଶ ସାହୁ ଓ ବିନୟ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ । ବରିଷ୍ଠ ସଦସ୍ୟ ଗୋପବନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.