pakka

ବୌଦ୍ଧ ଜିଲ୍ଲା ବଲାସିଙ୍ଗାଠାରେ ବିଜେଡି ମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ ସହ କଳା ପତାକା ପ୍ରଦର୍ଶନ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ବୌଦ୍ଧ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ସୋନପୁର ପଟରୁ ବୌଦ୍ଧ ଅଭିମୁଖେ ଆସୁଥିବା ଦୁଇ ବିଜେଡି ମନ୍ତ୍ରୀଙ୍କୁ ଜିଲ୍ଲାର ବଲାସିଙ୍ଗାଠାରେ କଳା ପତାକା ପ୍ରଦର୍ଶନ ସହ ଅଣ୍ତା ମାଡ କରାଯାଇଛି । ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ର ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ନାରାୟଣ କର୍ମୀଙ୍କ ନେତୃତ୍ତ୍ବରେ ବୌଦ୍ଧ ଜିଲ୍ଲା ବଲାସିଙ୍ଗା ଛକରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ କଳା ପତାକା ପ୍ରଦର୍ଶନ ସହ ଅଣ୍ଡା ମାଡ଼ କରିଛି ବିଜେପି । ଏଥିରେ ବିଜେପି ବରିଷ୍ଠ ନେତା ସୂର୍ଯ୍ୟ ମହାପାତ୍ର, ଦାମୋଦର ମିଶ୍ର, ଅରୁପା ଦିପ, ମିଥୁନ ଚାନ୍ଦ, ଆଶୁତୋଷ ପ୍ରଧାନ, ଶୁଶାନ୍ତ ଧଳ, ନିଲାଦ୍ରୀ ନାୟକ, ତ୍ରିଦୀପ ପାଣିଗ୍ରାହୀ ସମେତ ୨୦ ରୁ ଉର୍ଦ୍ଧ ବିଜେପି ନେତା ଓ କର୍ମୀ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

17 − thirteen =

error: Content is protected !!