csstore

ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ୍‌ ଛାତ୍ରଛାତ୍ରୀଙ୍କ ରାଜଧାନୀ ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ୧୧ତମ ସର୍ବଭାରତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ୨୦ଜଣ ଛାତ୍ରଛାତ୍ରୀମାନେ ଭାଗ ନେବେ ବୋଲି କରାଟେ ଅର୍ଗାନାଇଜେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ସ୍ୱର୍ଣ୍ଣପଦକ ବିଜେତା ଅସୀମ କୁମାର ଭୋଇ ପ୍ରକାଶ କରିଛନ୍ତି । ଏହି ସର୍ବଭାରତୀୟ କରାଟେ ପ୍ରତିଯୋଗିତାରେ ୫୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଭାଗନେବେ ବୋଲି ରିଆକ୍ଟ ତଥା ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ଡ. ହରିପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ବାଳିକା ବିଭାଗରେ ଅନୁଶ୍ରୀ ମିଶ୍ର, ସ୍ନେହା ଫରିକର, ସୁହାନି ପଣ୍ଡା, ଅର୍ଚ୍ଚିସା ବହିଦାର, ହେମାଲିନି ହୋତା, ପ୍ରାଚୀ ବେହେରା, ସ୍ନିଗ୍ଧାସ୍ୱରୁପା ପଣ୍ଡା, ଚାହତ ସିଂହ, ସିଦ୍ଧି ଅଗ୍ରୱାଲ, ସାଇଶ୍ରୀୟା ମହାକୁର ତଥା ବାଳକ ବିଭାଗରେ ଆୟୁଷ୍ମାନ ଓମ୍‌କାର ସାହୁ, ଆରଭ ତ୍ରିପାଠୀ, ସ୍ତିତପ୍ରଜ୍ଞା ମିଶ୍ର, ଶୁଭମ ଦାଶ, ଶମ୍ଭୁଭୂଷଣ ବେହେରା, ପ୍ରିତେଶ ସାହୁ, ଓମ୍‌ ପ୍ରକାଶ ନାଏକ, ସର୍ବେଶ୍ୱର ପୋଡ, ମୋହିତ ଅଗ୍ରୱାଲ ଏବଂ ଶ୍ରବଣ ବଗର୍ତ୍ତି ଭାଗ ନେଉଥିବା ବେଳେ ବଜ୍ରବାହୁଦେବ ବାରିକ, ଟିମ୍‌ ମ୍ୟାନେଜର ଭାବେ ଏଥିରେ ଭାଗ ନେବେ । ଏଥିରେ ଓଡିଶାରୁ ଅସୀମ କୁମାର ଭୋଇ ରେଫରି ଦାୟିତ୍ୱ ତୁଲାଇବେ ବୋଲି ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.