pakka

ଅମୃତ ଧାରା ପ୍ରକଳ୍ପ ଉଦ୍‌ଘାଟିତ

ଭାଲୁମୁଣ୍ଡା : ବଙ୍ଗୋମୁଣ୍ଡା ବ୍ଲକ ଭୁଷଲାଡ ଗ୍ରାମର ଜଗାବଳିଆ ଯୁବକ ସଂଘ ପକ୍ଷରୁ ଏକ ଅମୃତ ଧାରା ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ଯୁବକ ସଂଘ ସଭାପତି ଜଗନ୍ନାଥ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଞ୍ଜୁବାଳା ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ତାଙ୍କ ସହିତ ବଙ୍ଗୋମୁଣ୍ଡା ବ୍ଲକ ଅଧିକାରୀ ରିପୁନାଥ ସୁନା, ଭୁଷଲାଡ ସରପଞ୍ଚ ଦୀପକ ଛୁରା, ଜେଇ ଘନଶ୍ୟାମ ତାଣ୍ଡି ଓ ଡ. ଚନ୍ଦ୍ରାକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଜୟନନ୍ଦ ବେହେରା, ବୈଠାରୁ ବେହେରା, ବିଦ୍ୟାଧର ବେହେରା, ମୁନା ପୁଟେଲ, ଦୀପକ ସାହୁ, ଚୂଳଧର ବେହେରା, ଭୋଜରାଜ ବେହେରା, ବିପିନ ବେହେରା, ନେପାଳ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

ten + four =