pakka

କନ୍ଧକେଲଗାଁରେ ଅମୃତ ସରୋବର ଶୁଭାରମ୍ଭ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ସଇଁତଲା ବ୍ଲକ କନ୍ଧକେଲଗାଁରେ ଅମୃତ ସରୋବର ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ଶିବ ମନ୍ଦିର ନିକଟସ୍ଥ ତଳିବନ୍ଧରେ ଗାଁର ବରିଷ୍ଠ ନାଗରିକ ମହେଶ୍ୱର ମେହେରଙ୍କ ଦ୍ୱାରା ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ସଇଁତଲା ବ୍ଲକ ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ସନ୍ତୋଷ ବେହେରା, ଏପିଓ ଦନୁଜାବାସିନୀ ଦାସ, ଜେଇ ସନ୍ତୋଷ ବେହେରା, ସମିତି ସଭ୍ୟ ବନିତା ସାହୁ, ସରପଞ୍ଚ ଅହଲ୍ୟା ସାହୁ ଉପସ୍ଥିତ ଥିଲେ । ନାଏବ ସରପଞ୍ଚ ୱାର୍ଡ ସଭ୍ୟ, ସଭ୍ୟାଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ । ପ୍ରେମାନନ୍ଦ ଭୋଇ, ରାଜେନ୍ଦ୍ର ଭୋଇ, ବିପିନ ଭୋଇ, ସନ୍ତୋଷ ପଧାନ, କିଶୋର ମେହେର, ସନ୍ତୋଷ ଭୋଇ, ହୃଷୀକେଶ ଭୋଇ, ଅଧିକାରୀ ପଧାନ, ପଙ୍କଜ ବିଶି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

nine + 8 =