pakka

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମହୁରୁଣ୍ଡିଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗ୍ରାମ ପରିସରରେ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହୁରୁଣ୍ଡି ଗାଁର ଡୋଳାମଣି ଷାଣ୍ଢ, ଅଭିଳାଷ ଭୋଇ, ଛାୟାକାନ୍ତ ଭୋଇ, ରୁପେନ୍ଦ୍ର ମୁଣ୍ଡା, ଜଳନ୍ଦ୍ରର ଲୁହା, ଜୟରାଜ ଷାଣ୍ଢ, କାହ୍ନା ସାହାଣୀ, ରାଜେଶ କୁଅଁର, ତରଣୀ ସାହାଣୀ, ଜଗନ୍ନାଥ ସାହାଣୀ, ପ୍ରେମାନନ୍ଦ ଷାଣ୍ଢ, ରଞ୍ଜନ ପାଥର, ନରେନ୍ଦ୍ର ଭୋଇ ଓ ଗାଁର ଭଦ୍ରବ୍ୟକ୍ତିମାନେ ମଧ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଗାଁର ବାଳକ ବାଳିକାମାନେ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରିଥିଲେ । ଏଥିରେ ବାଳକ ବାଳିକାମାନେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାରତ ମାତା କି ଜୟ, ବନ୍ଦେ ମାତରଂ, ଭାରତ ଅଖଣ୍ଡ ହୋ ଅଖଣ୍ଡ ହୋ ନାରାରେ ମହୁରୁଣ୍ଡି ଗାଁ ପ୍ରକମ୍ପିତ ହୋଇ ଉଠିଥିଲା । ଏହି କାର୍ଯ୍ୟକ୍ରମରେ ମହୁରୁଣ୍ଡି ଗାଁର ଜନସାଧାରଣଙ୍କ ମଧ୍ୟରେ ଏକ ଦେଶ ଭକ୍ତିର ଜାଗରଣ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.

16 − eleven =