ବାସନ୍ତୀ ପାଠାଗାରର ଆଧ୍ୟାତ୍ମିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ପ୍ରବଚକ ଶୁଭାନ୍ୱେଷ ରଥ ଓ ବିଶିଷ୍ଟ କଣ୍ଠଶିଳ୍ପୀ ମୀନାକ୍ଷୀ ରଥ ଯୋଗ ଦେଇଥିଲେ । ସଭାପତି ଶ୍ରୀ ବେହେରା ସ୍ୱାଗତ ଭାଷଣ ଦେଇ ସାରିବା ପରେ ପ୍ରାରମ୍ଭରେ ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟର ଓଡିଆ ଅଧ୍ୟାପିକା ଡ. ଦୀପ୍ତିମୟୀ ବେହେରା ଓ ଯୁକ୍ତ ୨ରେ ଡିଏଭି ପବ୍ଲିକ୍ ସ୍କୁଲର ଟପ୍ପର ଅନ୍ୱେଷ ଦାସଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ମୀନାକ୍ଷୀ ରଥଙ୍କ ଭଜନ ‘ଭକତ ଭାବରେ ବନ୍ଧାରେ ଓ ଭଲପାଏ ବୋଲି ପ୍ରଭୁ’ ଗାୟନ କରି ତଥା ଉପଦେଷ୍ଟା ପ୍ରତାପ କୁମାର ରାୟ ଭଜନ ଗାନ କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ଏଥିରେ ବାଦ୍ୟଯନ୍ତ୍ରରେ ଗୁରୁ ପୁଲିନ ରାଉତରାୟ ଓ ଗୁରୁ ମନବୋଧ ମିଶ୍ର ସହଯୋଗ କରିଥିଲେ । ଆଧ୍ୟାତ୍ମିକ ଆଲୋଚନାଚକ୍ରରେ ପ୍ରବଚକ ଶ୍ରୀ ରଥ ଜଗନ୍ନାଥଙ୍କ ଲୀଳାମୃତ ସଂପର୍କରେ ଆଲୋଚନା କରି ଜଗନ୍ନାଥଙ୍କୁ ଭାବର ଠାକୁର, ଭକ୍ତଙ୍କ ପାଖେ ବନ୍ଧା ପଡିଥିବା ଠାକୁର, ଦାସିଆ ବାଉରୀ, ଭକ୍ତ ସାଲବେଗ, ଚର୍ଚ୍ଚିକା ର ମା’ ଠାକୁରାଣୀ, ଭକ୍ତ ପ୍ରଭୁ ଦାସଙ୍କ ତାମ୍ବୁଳ ଦୋକାନ, ପ୍ରଭୁଙ୍କ ଚନ୍ଦ୍ରିକା, ଦୟଣା ମାଳ ଓ ରଘୁ ବେହେରାଙ୍କ ଉପାଖ୍ୟାନକୁ ଚମତ୍କାର ଭାବରେ ବ୍ୟାଖନ କରି ଶତାଧିକ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟର କବିତା ପାଠୋତ୍ସବକୁ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ କୁଞ୍ଜବିହାରୀ ରାଉତ, ଅଜୟ ମହାନ୍ତି, ସଂଜୁକ୍ତା ଦାଶ, ଡ. ଦୀପ୍ତିମୟୀ ବେହେରା, ବ୍ରଜେନ୍ଦ୍ର ଦାଶ, ବିଜୟିନୀ ଜେନା, ରଶ୍ମି ସାହୁ, ଅଶୋକ ପଟ୍ଟନାୟକ, ସୁଚିସ୍ମିତା ପଣ୍ଡା, ବ୍ରହ୍ମାନନ୍ଦ ପାଢୀ ପ୍ରମୁଖ ଜଗନ୍ନାଥଙ୍କ ଉପରେ ଆଧାରିତ କବିତା ପାଠ କରିଥିଲେ । ସାଂସ୍କୃତିକ ସଂପାଦକ ସରୋଜ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରାରମ୍ଭରେ ସଂପାଦକ ଶ୍ରୀ ଆଚାର୍ଯ୍ୟ ଅତିଥିମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ପ୍ରାକ୍ତନ ସଭାପତି ତଥା ଉପଦେଷ୍ଟା ପ୍ରତାପ କୁମାର ରାୟଙ୍କୁ ପୁଷ୍ପଗୁଚ୍ଛ ଓ ମୋମେଣ୍ଟୋ ଦିଆଯାଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ପାଠାଗାରର ସମସ୍ତ କର୍ମକର୍ତ୍ତା ଗଣ ଉପସ୍ଥିତ ରହି ଶ୍ରୀ ରାୟଙ୍କ ଅବଦାନ ସଂପର୍କରେ ତଥା ତାଙ୍କର ଭୁବନେଶ୍ଵର ରହଣୀ ସୁଖମୟ ଓ ସଂସ୍କୃତିମୟ ହେବ ବୋଲି କାମନା କରିଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀ ରାୟ ଓ ଡ. ବେହେରା ଅନୁଷ୍ଠାନର ଅବଦାନ ଓ ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଏହା ସ୍ମରଣୀୟ ହୋଇରହିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ସାହିତ୍ୟାନୁଷ୍ଠାନର ସଭାପତି, ସଂପାଦକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

twelve − 11 =