ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଛତ୍ରପୁରରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ରବିବାର ଦିବା ୧୦ଘଣ୍ଟା ସମୟରେ ଛତ୍ରପୁର ଗସ୍ତରେ ଆସି ବିଜେପିର ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ ତାଙ୍କୁ ଛତ୍ରପୁର କଲେଜ ଛକ ନିକଟରେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିବା ପୂର୍ବକ ସେଠାରେ ଶ୍ରୀ ସାମଲଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ବାଇକ୍‌ ଯୋଗେ ଏକ ଶୋଭାଯାତ୍ରା ବାହାରିଥିଲା । ଛତ୍ରପୁର ସହର ପରିକ୍ରମା କରି ଛତ୍ରପୁର ଠାକୁରାଣୀ ମନ୍ଦିର ନିକଟରେ ଥିବା ଭାରତୀ ସେଲେବ୍ରେସନଠାରେ ଦିବା ୧୧.୦୦ ଘଣ୍ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୧ତମ ମନ କି ବାତ୍ କାର୍ଯ୍ୟକ୍ରମରେ ସାମୂହିକ ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତି, ଆଞ୍ଚଳିକ କର୍ମୀ ଏବଂ ଏହି ଅଞ୍ଚଳର କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ । ଛତ୍ରପୁରର ଏହି ବିଜେପି ସମାବେଶରେ ଛତ୍ରପୁର ପୌରାଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର, ସହସମ୍ପାଦକ ବିରଞ୍ଚିନାରାୟଣ ଦାଶ୍, ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ଜିଲ୍ଲା ସଭାପତି ବିଭୂତି ଜେନା, ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ପ୍ରମୁଖ ସରୋଜ ସାବତ, କାହ୍ନୁ ଚରଣ ପତି, ଜିଲ୍ଲା ଲିଗାଲ ସେଲ୍ ଅଧ୍ୟକ୍ଷ ତଥା ଛତ୍ରପୁର ବାର ସଭାପତି ଆଡଭୋକେଟ୍‌ ପ୍ରଦୀପ ପାଢ଼ୀ, ରାଜ୍ୟ ହରିଜନ ମୋର୍ଚ୍ଚା ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, ଡ଼ି.ସୁରେଶ ରେଡ୍ଡୀ, ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ ସକ୍ରିୟ ଯୋଗ ଦେଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର ଏହି କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ ।

Leave A Reply

Your email address will not be published.

20 − seven =