oom

ଉଦେପୁରଠାରେ ଟିଟିଲାଗଡ ପଞ୍ଚାୟତସ୍ତରୀୟ ଗଣ୍ଡା ସମାଜର ଆଲୋଚନା ସଭା ଅନୁଷ୍ଠିତ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଉଦେପୁର ଗ୍ରାମରେ ୨୬ ନଭେମ୍ବର ସମ୍ବିଧାନ ଦିବସ ଉପଲକ୍ଷେ ବ୍ଲକସ୍ତରୀୟ ଗଣ୍ଡା ସମାଜ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଭାରତ ରତ୍ନ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଦ୍ଵାରା ଲିଖିତ ଗ୍ରନ୍ଥ ସମ୍ବିଧାନ ଗ୍ରନ୍ଥରେ ଲିଖିତ ହକ ଅଧିକାର ଦାୟିତ୍ୱ କର୍ତ୍ତବ୍ୟ ବିଷୟରେ ଆଲୋଚନା ହୋଇଥିଲା ।

ଏହି ସଭାରେ ବ୍ଲକସ୍ତରୀୟ ଗଣ୍ଡା ସମାଜର ସଭାପତି ପୂର୍ଣ୍ଣଚନ୍ଦ୍ର ହିଆଲ, ସାଧାରଣ ସମ୍ପାଦକ ଯୋଗେଶ୍ୱର ଟାକରି, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ମହାନନ୍ଦ ସହିତ ସମାଜର କାର୍ଯ୍ୟକାରୀ କମିଟିର ସଦସ୍ୟ ଦୁର୍ଜନ ଛତ୍ରୀୟା, ସୁବାଷ ମହାନନ୍ଦ, ସମ୍ପାଦକ ଶଙ୍କର ଛୁରା, ଦୀନବନ୍ଧୁ ଛୁରା, ସତ୍ୟବାନ ସୁନା, ଜିତେନ୍ଦ୍ର ମୁଗ୍ରୀ, ଗଣେଶ କୁମ୍ଭାର, ଯୁଗଳ ଜାଲ, ତସୀଲ ନାଗ, ବିକ୍ରମ ସୁନା, ବିକାଶ ଶିଖା, କତେଶ୍ୱର ନାଏକ, ହେମନ୍ତ କମ୍ପାନ, ଗୌରାଙ୍ଗ ଛୁରାଙ୍କ ସହିତ କୈଳାଶ କୁମ୍ଭାର, ବିନୋଦ କୁମ୍ଭାର, ଦେବାରଚନ ତାଣ୍ଡି, ହେମକର ମହାନନ୍ଦ ଆଦି ଉପସ୍ଥିତ ଥିଲେ । ସ୍ୱେଚ୍ଛାସେବୀ ଓ ସମାଜର ସକ୍ରିୟ ସଦସ୍ୟ ବଜ୍ର ନାଗ, ବିଜୟ ନାଗ, ଟିକନୁ କୁମ୍ଭାର, ଜୟଦେବ ନାଗ, ଅଭିମନ୍ୟୁ ନାଗ, ରାଜମଲ ନାଗ, ହରେରାମ କୁମ୍ଭାର, ଜଗନ୍ନାଥ କୁମ୍ଭାର, ଜମ୍ବେବ କୁମ୍ଭାର, ଚୁଇତୁ କୁମ୍ଭାର, ନୂଆଜନ କୁମ୍ଭାର, ମହେନ୍ଦ୍ର କୁମ୍ଭାର, କୁର୍ତ୍ତ କୁମ୍ଭାର, ବିଷ୍ଣୁ କୁମ୍ଭାରଙ୍କ ନେତୃତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.