om academy

ମୌଳିକ ସମସ୍ୟା ନେଇ ହାଡ଼ି ହରିଜନ ସେବା ସଙ୍ଘର ରାଲି ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ସ୍ୱାଧୀନତାକୁ ଦୀର୍ଘ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ସମାଜର ମୁଖ୍ୟ ଧାରାରେ ହାଡ଼ି ହରିଜନ ଆଜି ମଧ୍ୟ ଦଳିତ ନିଷ୍ପେସିତ ହୋଇ ଆସୁଥିବାରୁ ହାଡ଼ି ହରିଜନ ସେବା ସଙ୍ଘର ସଭ୍ୟବୃନ୍ଦ ଦେଉଳବଡା ଗ୍ରୀନ୍ ଗ୍ରାସ୍ ଷ୍ଟାଡିୟମ୍ ଠାରୁ ତାଳଚେର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଯାଏଁ ଏକ ଶୋଭାଯାତ୍ରାରେ ବାହାରି ପ୍ରଶାସନ ଓ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଶୋଭାଯାତ୍ରାରେ ତାଳଚେର ଶିଳ୍ପାଞ୍ଚଳରେ ଥିବା ବିଭିନ୍ନ କଳକାରଖାନାରେ ଚାକିରି, ଠିକା ସଫେଇ କର୍ମଚାରୀଙ୍କୁ ଇଏସ୍‌ଆଇ କାର୍ଡ, ଏମ୍‌ସିଏଲ୍ ଚିକିତ୍ସାଳୟରେ ୫୦ ହଜାର ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା, ପୋଷାକ, କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ହାରରେ ଦରମା, ଖଣି ଅଂଚଳରେ ବସବାସ କରୁଥିବା ହାଡ଼ି ବସ୍ତି ଗୁଡିକରେ ରାସ୍ତା, ଡ୍ରେନ୍, ପିଇବା ପାଣି ଓ ବିଜୁଳି ବ୍ୟବସ୍ଥା, ଭୂମିହୀନ ପ୍ରଜାଙ୍କୁ ପଟ୍ଟା ପ୍ରଦାନ ଆଦି ମୌଳିକ ଅଧିକାର ନିମନ୍ତେ ନାରା ଦେଇ ନିଜର ଅସନ୍ତୋଷ ଜାହିର କରିଥିଲେ । ଏହା ମଧ୍ୟରେ ଏକ ବିଶେଷ ପ୍ରସଙ୍ଗ ଉଠାଇ ବିଭିନ୍ନ ଦଣ୍ଡ ନୃତ୍ୟରେ ହାଡ଼ି ହାଡ଼ିଆଣି ଭୂମିକାକୁ ଉଠାଇବାକୁ ଦାବୀ କରିଥିଲେ । ଦଣ୍ଡ ନୃତ୍ୟରେ ଏହି ଭୂମିକା ଦ୍ୱାରା ହାଡ଼ି ଜାତିକୁ ବର୍ଷ ବର୍ଷ ଧରି ଗୋଲାମ ଭାବରେ ବାନ୍ଧି ରଖିବା ମନସ୍ତତ୍ତ୍ୱ ପରିଲକ୍ଷିତ ହେଉଥିବା ନେଇ ହାଡ଼ି ହରିଜନ ସେବା ସଂଘର କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

2 + 9 =