ମୁଖ୍ୟ ଡାକଘର କାର୍ଯ୍ୟାଳୟରେ ଇନ୍‌ଭଟର ଓ ଜେନେରେଟର ବ୍ୟବସ୍ଥା ନଥିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ମୁଖ୍ୟ ଡାକଘର କାର୍ଯ୍ୟାଳୟରେ ଇନ୍‌ଭଟର ଓ ଜେନେରେଟର ବ୍ୟବସ୍ଥା ନଥିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଆଜି ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି କାରଣରୁ ବିଦ୍ୟୁତ ସରବରାହ ସକାଳ ୯ରୁ ଅହରାହ୍ନ ୨ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଡ଼ାକବାଜି ଯନ୍ତ୍ର ଦ୍ୱାରା ପୂର୍ବରୁ ଘୋଷଣା କରାଯାଇଥିଲା । ଏନେଇ ଜନସାଧାରଣ ଅବଗତ ଥିଲେ । ହେଲେ ବର୍ତ୍ତମାନ ସମୟରେ ପ୍ରତ୍ୟେକ କାର୍ଯ୍ୟାଳୟରେ ଜେନେରେଟର ବ୍ୟବସ୍ଥା କରାଯାଇ ପ୍ରତ୍ୟେକ ଲୋକଙ୍କୁ ସେବା ଯୋଗାଇ ଦିଆଯାଇଥାଏ । ହେଲେ ପାଟଣାଗଡ଼ ମୁଖ୍ୟ ଡାକଘର କାର୍ଯ୍ୟାଳୟରେ ଇନ୍‌ଭଟର ଓ ଜେନେରେଟର ବ୍ୟବସ୍ଥା ନାହିଁ । ଉକ୍ତ ଡାକଘର କାର୍ଯ୍ୟାଳୟରେ ଆଧାର କାର୍ଡ ସଂଶୋଧନ, ଇ-ପେମେଣ୍ଟ ବ୍ୟବସ୍ଥା, ସାଧାରଣ ଜନସେବା କେନ୍ଦ୍ର, ଇ-ପୋଷ୍ଟ ଭଳି ଅନେକ କାମ ବିଦ୍ୟୁତ ସରବରାହ ବନ୍ଦ ଯୋଗୁଁ ଠପ୍ ହୋଇଯାଇଥିବା ବେଳେ ଲୋକେ ଘରକୁ ଫେରି ଯାଇଥିବା ଦେଖିବାକୁ ମିଳିଛି । ଏନେଇ ମୁଖ୍ୟ ଡାକଘର କାର୍ଯ୍ୟାଳୟ ଡାକପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଜେନେରେଟର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

eight + 5 =