ଅଙ୍ଗନବାଡ଼ି କର୍ମୀ କ୍ଷୀରବତୀ କୁଅଁରଙ୍କ ଅକାଳ ବିୟୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବାହାବଲ ପଞ୍ଚାୟତ ମାଲପଡା ଗ୍ରାମର ଅଙ୍ଗନବାଡ଼ି କର୍ମୀ କ୍ଷୀରବତୀ କୁଅଁରଙ୍କ ଆଜି ଅକାଳ ବିୟୋଗ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ଦୀର୍ଘ ଦିନ ଧରି ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ନିୟମିତ ଚିକିତ୍ସା ପାଇଁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜକୁ ଯାଉଥିଲେ ଆଜି ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହେଉଥିଲା । ତାଙ୍କର ପଛରେ ସ୍ଵାମୀ ଶିବପ୍ରସାଦ କୁଅଁର, ବଡ଼ପୁଅ କିରଣ କୁଅଁର, ମଝିଆ ପୁଅ ତାପସ କୁମାର କୁଅଁର, ଝିଅ ତପସ୍ୱିନୀ କୁଅଁର, ସାନପୁଅ ଅଜୟ କୁଅଁରଙ୍କୁ ଛାଡି ଚାଲିଯାଇଛନ୍ତି । ସେ ଜଣେ ଶାନ୍ତ ଶିଷ୍ଟ ମେଳାପୀ ମହିଳା ଥିଲେ । ନିଜ ଗ୍ରାମର ଶ୍ମଶାନରେ ତାଙ୍କର ଶବ ସତ୍କାର କରାଯାଇଥିବା ବେଳେ ବଡ଼ପୁଅ କିରଣ କୁଅଁର ମୁଖାଗ୍ନି ଦେଇଥିଲେ । ତାଙ୍କର ସାନ ପୁଅ ଅଜୟ କୁଅଁର ବିବାହ କରିଥିବା ବେଳେ ଅନ୍ୟମାନେ ଅବିବାହିତ ଅଛନ୍ତି । ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

one × three =