csstore

ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗାଁର ମମିତା ମେହେର ହତ୍ୟା ଓ ବରଗଡ଼ ଜିଲ୍ଲା ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କୁ ହାଜତରେ ପିଟି ପିଟି ମାରି ଦେଇଥିବା ଘଟଣାର ସିବିଆଇ ତଦନ୍ତ କରିବା ସହ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ଇସ୍ତାଫା ଦାବୀ ନେଇ କୋସଲ ଯୁବ ସମନ୍ୱୟ କମିଟି, ପଲ୍ଲୀବିକାଶ ଭାଙ୍ଗମୁଣ୍ଡା ଛକଠାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର କୁଶ ପୁତ୍ତଳିକା ଦାହ କରିଥିବା ବେଳେ ମମିତା ମେହେର ହତ୍ୟା ଘଟଣାରେ ସାମିଲ ଥିବା ସମସ୍ତ ଦୋଷୀକୁ ଉଚିତ ଦଣ୍ଡ ଦେବା ପାଇଁ ଦାବୀ କରାଯାଇଛି । ଏଥିରେ କୋସଲ ଯୁବ ସମନ୍ୱୟ କମିଟି, ପଲ୍ଲୀବିକାଶର ସଭାପତି ଗଜପତି ସାହୁଙ୍କ ନେତୃତ୍ୱରେ ବସନ୍ତ ମହାଳିଙ୍ଗ, ଗୌତମ ସାହୁ, ନୃପରାଜ ପଧାନ, ସୁଶୀଲ ସାହୁ, ମହେନ୍ଦ୍ର ବୁଡେକ, ବଳରାମ ପାଣ୍ଡେ, ଉତ୍ତମ ରାଉତ, ଉମାକାନ୍ତ ସାହୁ ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.