ବିନିକା ସହରରେ ଗତକାଲିଠାରୁ ହୋଇଥିବା ୭୨ଘଣ୍ଟିଆ ବନ୍ଦର ଆଜି ଦ୍ୱିତୀୟ ଦିନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଗତକାଲିଠାରୁ ହୋଇଥିବା ୭୨ଘଣ୍ଟିଆ ବନ୍ଦ ଆଜି ଦ୍ୱିତୀୟ ଦିନରେ ପହଂଚିଛି । ବିନିକା ସହର ତଥା ଆଖପାଖ ଅଂଚଳରେ କରୋନାର ସ୍ଥାନୀୟ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିନିକା ବଣିକ ସଂଘ ତରଫରୁ ଏହି ୭୨ ଘଂଟିଆ ବନ୍ଦ କରାଯାଇଛି । ବନ୍ଦ ଯୋଗୁଁ ବିନିକା ସହରର ସମସ୍ତ ଦୋକାନ ବଜାର, ହାଟ ହଟଲି ସହ ସରକାରୀ ଓ ବେସରକାରୀ ଅଫିସ, ବ୍ୟାଙ୍କ ସବୁ ସଂପୂର୍ଣ୍ଣ ବନ୍ଦ ରହିଛି । କରୋନା ସଂକ୍ରମଣ କାଳରେ ହେଉଥିବା ଅଯଥା ଜନ ଗହଳିକୁ ପ୍ରତିହତ କରିବା ତଥା ସାମାଜିକ ଦୂରତାକୁ ବଜାୟ ରଖିବାକୁ ଏହି ୭୨ଘଣ୍ଟିଆ ବନ୍ଦ ହୋଇଛି ବୋଲି ସ୍ଥାନୀୟ ବଣିକ ସଂଘ ତରଫରୁ କୁହାଯାଇଛି ।

Leave A Reply

Your email address will not be published.