ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସହାୟତା ଘୋଷଣା କରାଯାଇଛି । ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ରବିଚାଷ ପାଇଁ ହିତାଧିକାରୀଙ୍କୁ ୨୦ ହଜାର ବିହନ ପ୍ୟାକେଟ୍ ପ୍ରଦାନ କରାଯିବ। ୧ଲକ୍ଷ ଚାଷୀଙ୍କୁ ପାଳଙ୍ଗ, ବିନ୍, ଟମାଟୋ, ଝୁଡୁଙ୍ଗ ଓ ମୁଳା ଇତ୍ୟାଦି ପରିବା ଚାଷ ପାଇଁ ବିହନ କିଟ୍ ଏବଂ ୭୫ ହଜାର ଚାଷୀଙ୍କୁ ସଜନା, ଅମୃତଭଣ୍ଡା ଓ କଦଳୀ ଭଳି ଚାରା ଯୋଗାଇ ଦିଆଯିବ। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.