ସୁବର୍ଣ୍ଣପୁରର ଶତାଧିକ ଦେବୀପୀଠରେ ଶାକ୍ତ ପରମ୍ପରାର ଷୋହଳ ପୂଜା ଆରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ସଂସ୍କୃତିର ମାଟି ସୁବର୍ଣ୍ଣପୁର ଶତାଧିକ ଦେବୀପୀଠରେ ଶାକ୍ତ ପରମ୍ପରାର ଷୋହଳ ପୂଜା ଆରମ୍ଭ ହୋଇଯାଇଛି । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ସହ ଭଗବତୀ, ସମଲାଇ, ରାମଚଣ୍ଡୀ, ମେଟାକାନୀ, ଚରଦେଈ, ଶୀତଳା ତଥା ଅଷ୍ଟଚଣ୍ଡୀଙ୍କ ସହ ବିଭିନ୍ନ ଭାଗରେ ଥିବା ମାହେଶ୍ୱରୀ ଓ ପରମେଶ୍ୱରୀ ପୀଠ ସବୁରେ ରୀତିନୀତିରେ ଖଣ୍ଡାଉଠା ପର୍ବ ଗତ ରାତିରେ ଅନୁଷ୍ଠିତ ହୋଇଛି । ଷୋହଳ ଭର୍ଣ୍ଣି ବାଦ୍ୟର ତାଳେ ତାଳେ ଏସବୁ ଦେବୀ ପୀଠରେ ଥିବା ଖଣ୍ଡାକୁ ଛତିଛତ୍ର ସହ ମଧ୍ୟରାତିର ନିଶାବେଳାରେ ନିର୍ଦ୍ଧାରିତ ଘାଟରେ ଖଣ୍ଡାସ୍ନାନ କରାଯାଇଛି । ସୂଚନୀୟ, ଉତ୍ତର ପୂର୍ବ ରାଜ୍ୟଗୁଡିକର ତନ୍ତ୍ରଧାରାରେ ସୁବର୍ଣ୍ଣପୁର ଅଂଚଳ ଏକ ପ୍ରମୁଖ ଶାକ୍ତପୀଠ ଭାବେ ବିଦିତ ରହିଛି । ତେବେ କରୋନା କଟକଣା ଯୋଗୁଁ ଏଥର କେବଳ ସୀମିତ ସେବାୟତ ଓ ପୂଜକଙ୍କୁ ନେଇ ପୂଜା ହେଉଛି ।

Leave A Reply

Your email address will not be published.