ଆଇନଜୀବୀ ଆନନ୍ଦ ସାହୁଙ୍କ ଦେହାନ୍ତ ଯୋଗୁଁ ସଇଁନ୍ତଲା ଅଞ୍ଚଳରେ ଶୋକର ଛାୟା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ଓକିଲ ସଂଘର ସଦସ୍ୟ ଆଇନଜୀବୀ ଆନନ୍ଦ ସାହୁ(୪୧)ଙ୍କ ଆଜି ବୁର୍ଲା ସ୍ଥିତ କୋଭିଡ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ୫ ଦିନ ଧରି କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀ ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ପ୍ରକାଶ କରାଯାଇଛି । ତେବେ ତାଙ୍କ ଆକସ୍ମିକ ମୃତ୍ୟୁ ଖବର ଶୁଣିବା ପରେ ସଇଁନ୍ତଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ସମାଜସେବୀ ଓ ମିଷ୍ଟଭାଷୀ ଏବଂ ପରୋପକାରୀ ବ୍ୟକ୍ତି ଥିଲେ ।

Leave A Reply

Your email address will not be published.