ଦୁଷ୍କର୍ମ ଘଟଣା ବିରୋଧରେ ୫ ଅକ୍ଟୋବରରେ କଂଗ୍ରେସ ପକ୍ଷରୁ ମୌନ ଧାରଣା ପ୍ରଦର୍ଶନ ହେବ

ଭୋପାଲ : ଦେଶରେ ମହିଳାମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବଢ଼ି ଚାଲିଛି । ମହିଳାମାନଙ୍କ ପ୍ରତି ଦୁଷ୍କର୍ମ ତଥା ହତ୍ୟା ଘଟଣା ବି ବଢ଼ିବାରେ ଲାଗିଛି । ଏହାକୁ ବିରୋଧ କରି ମଧ୍ୟପ୍ରଦେଶ କଂଗ୍ରେସ ଅକ୍ଟୋବର ୫ ତାରିଖ ଦିନ ସାରା ରାଜ୍ୟରେ ମୌନ ଧାରଣା ପ୍ରଦର୍ଶନ କରି ବିଜେପି. ସରକାରକୁ ବିରୋଧ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ କହିଛନ୍ତି ଯେ, ଗୋଟିଏ ପଟରେ ବିଜେପି ‘ବେଟି ବଚାଓ-ବେଟି ବଚାଓ’ ଉଚ୍ଚ ସ୍ୱରରେ ନାରା ଦେଉଥିବା ବେଳେ ଅନ୍ୟ ପଟରେ ବିଜେପି. ଶାସିତ ରାଜ୍ୟଗୁଡ଼ିକରେ ଆଜି ଝିଅମାନେ ସବୁଠୁ ବେଶୀ ଅସୁରକ୍ଷିତ ଅଛନ୍ତି । ୟୁପି.ର ହାଥ୍‌ରସ୍‌ ମାମଲା, ମଧ୍ୟପ୍ରଦେଶର ଖରଗୋନ, ସତନା, ଜବଲପୁର, ଖଣ୍ଡବା, ସିବନୀ, କଟନୀ ତଥା ନରସିଂହପୁର ଆଦିର ଘଟଣାକୁ ସେ ଏଠାରେ ଉଲ୍ଲେଖ କରିଛନ୍ତି । ଆଜି ଆମର ଭଉଣୀ-ଝିଅମାନେ ଦେଶରେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.