ପ୍ରଶାସନ ଶୁଣିଲାନି : ନିଜ ରାସ୍ତା ନିଜେ ତିଆରି କଲେ ପେରୁଆମାଲ ଗ୍ରାମବାସୀ

ମୁରିବାହାଲ, (ଅଜିତ କୁମାର ସାହୁ) : ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଅଧୀନସ୍ଥ ପେରୁଆମାଲ ଗାଁକୁ କୌଣସି ରାସ୍ତା ନଥିବା ବେଳେ ଗ୍ରାମବାସୀ ନିଜେ ରାସ୍ତା ତିଆରି କରିଛନ୍ତି । ଏହି ଗାଁଟି ଜଙ୍ଗଲ ମଧ୍ୟରେ ଥିବାବେଳେ ଏଠାରେ ୧୯୮୧ ମସିହାରୁ ବସବାସ କରିଆସୁଥିବା ଏହି ଗ୍ରାମରେ ସରକାରଙ୍କ ତରଫରୁ ୨୦୦୮ ମସିହାରେ ଜଙ୍ଗଲ ଜମି ପଟା ପ୍ରଦାନ କରାଯାଇଛି । ୨୦୦୬ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ପୂର୍ବତନ ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା । ବର୍ତମାନ ସେହି ସ୍କୁଲ ବନ୍ଦ ଥିବା ବେଳେ ଏହି ଗାଁରେ ସରକାରଙ୍କ ତରଫରୁ ତିନୋଟି ନଳକୂପ ଓ ସରାକାରଙ୍କ ତରଫରୁ ଲୋକ ସେବା ପାଣ୍ଠିରୁ ୨ ଗୋଟି ସୋଲାର ଲାଇଟ ଦିଆଯାଇଛି । ଆଉ ଅନ୍ୟ କିଛି ଅନୁଦାନ ସରକାରଙ୍କ ତରଫରୁ ମିଲି ନାହିିଁ । ବିଦ୍ୟୁତିକରଣ କରାଯାଇଥିଲେ ମଧ୍ୟ କାର୍ୟ୍ୟ କରୁ ନଥିବା ଗ୍ରାମବାସୀଙ୍କ ପକ୍ଷରୁ ଏକ ଅଭିଯୋଗ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଦିଆଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ତାହା କାର୍ୟ୍ୟକାରୀ ହୋଇ ନ ଥିବା ପରିତାପର ବିଷୟ । ସରକାର ସବୁ ଗାଁଙ୍କୁ ପ୍ରଧାନମନ୍ତ୍ରୀ ରାସ୍ତା ତିଆରି କରୁଥିବା ବେଳେ ପଞ୍ଚାୟତ ସମିତି ଓ ଗ୍ରାମ ପଂଚାୟତ ତରଫରୁ ଏମଜିଏନଆରଇଜିଏସ କାର୍ୟ୍ୟରେ ରାସ୍ତା ନିର୍ମାଣ କରୁଛନ୍ତି । କିନ୍ତୁ ଦୀର୍ଘ ୪୦ ବର୍ଷ ହେବ ଏହି ଗାଁରେ ୨୫ ଗୋଟିରୁ ଅଧିକ ପରିବାର ବସତି ସ୍ଥାପନ କରୁଥିବା ସତ୍ୱେ ଆଜି ପର୍ୟ୍ୟନ୍ତ ସେହି ଗାଁକୁ ରାସ୍ତାଟିଏ ମଧ୍ୟ ନଥିବା ପରିତାପର ବିଷୟ । ତେବେ ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତି ବିଶେଷ ନିର୍ବାଚନ ସମୟରେ ପ୍ରତିଶୃତି ଦେଇ ଚାଲିଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ପରିତାପର ବିଷୟ ଯେ, ଏହି ଗ୍ରାମ ତଥା ରାସ୍ତା ପ୍ରତି କାହାର ନଜର ନପଡିବା ବୃଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଉଛି । ଏଣୁ ସରକାରଙ୍କୁ ରାସ୍ତା ତିଆରି କରିବା ପାଇଁ ବାରମ୍ବାର ଆପତି ଏବଂ ଅଭିଯୋଗ କରାଯାଉଥିଲେ ମଧ୍ୟ ଏହା ଉପରେ ଦୃଷ୍ଟି ଦିଆ ନଯିବାରୁ ଶେଷରେ ଗ୍ରାମବାସୀ ନିଜ ରାସ୍ତା ତିଆରି ପାଇଁ ଗାଁର କେଶବ ଧରୁଆ, ବିଷମ ଧରୁଆ, ଲାଏଚନ ଧରୁଆ, କୁଶ ଧରୁଆ, ନିଲମ ଧରୁଆ, କୁମର ଧରୁଆ, ହାରାବତୀ ଧରୁଆ, ସଙ୍ଗୀତା ଧରୁଆ, ସୁମିତ୍ରା ଧରୁଆ, ଲକ୍ଷ୍ମୀ ଧରୁଆ, ସମ୍ବାରୀ ଧରୁଆ, ତଥା ଗ୍ରାମର ସ୍ୱୟଂସହାୟକ ଗୋଷ୍ଠୀ ମହିଳାମାନେ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି । ଏହିପରି କାର୍ୟ୍ୟକୁ ଅଞ୍ଚଳବାସୀ ଭୁରିଭୁରି ପ୍ରଶଂସା କରିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ଗୋପୀନାଥ ପାଣିଗ୍ରହୀଙ୍କୁ ପଚାରିବାରୁ ଏମଜିଏନଆରଇଜିଏସ କାର୍ୟ୍ୟ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିବା ପ୍ରକାଶ କରିଥିଲେ ।

Leave A Reply

Your email address will not be published.