csstore

ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରାଯାଉ : ଏଆଇଡିଏସ୍‌ଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ଶିକ୍ଷା ବର୍ଷ ପାଇଁ ରାଜ୍ୟ ସରକାର ଏକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି କିନ୍ତୁ ଛାତ୍ର ସଂସଦ ନିର୍ବାଚନ ନେଇ କିଛି ଉଲ୍ଲେଖ ନାହିଁ । ତେଣୁ ଏହାର ପ୍ରତିବାଦରେ ଏଆଇଡିଏସ୍‌ଓ ପକ୍ଷରୁ ସାରା ଓଡିଶା ପ୍ରତିବାଦ ଦିବସ ପାଳନ କରାଯାଇଛି । ଗତ ୫ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନରେ ବିଶୃଙ୍ଖଳା ଓ ଅନ୍ୟାନ୍ୟ ନିଯୁକ୍ତି ଆଳରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର । ଛାତ୍ର ଛାତ୍ରୀମାନଙ୍କ ଗଣତାନ୍ତ୍ରିକ ଦାବୀ ଉତ୍ଥାପନ କରିବା ତଥା ଶିକ୍ଷାନୁଷ୍ଠାନମାନଙ୍କରେ ବିଭିନ୍ନ ଶୈକ୍ଷିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିବା ଏବଂ ଶିକ୍ଷା ସମସ୍ୟାଗୁଡିକୁ କର୍ତ୍ତୃପକ୍ଷ ଓ ସରକାରଙ୍କ ନିକଟରେ ଉପସ୍ଥାପନ କରିବାରେ ଛାତ୍ର ସମାଜର ହତିଆର ଭାବେ ଛାତ୍ର ସଂସଦର ଐତିହାସିକ ଭୂମିକା ରହି ଆସିଛି । ନିର୍ବାଚିତ ଛାତ୍ର ସଂସଦ ଗଠନ କରିବା ଛାତ୍ରଛାତ୍ରୀମାନଙ୍କ ଏକ ସଂଗ୍ରାମ ଲବ୍ଧ ଅଧିକାର । ମାତ୍ର ଏହି ଅଧିକାରକୁ ସ୍ୱାଧୀନ ଦେଶରେ ଆମ ରାଜ୍ୟରେ ଅତ୍ୟନ୍ତ ଅଗଣାନ୍ତ୍ରିକ ଭାବରେ କ୍ଷୁର୍ଣ୍ଣ କରାଯାଉଛି । ଯେତେବେଳେ ଶିକ୍ଷା ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ଓ ନ୍ୟାୟ ସଂଗତ ଦାବୀ ଆଦାୟର ଗଣତାନ୍ତ୍ରିକ ମାଧ୍ୟମ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କୁଳପତି ଉମାବଲ୍ଲଭ ମହାପାତ୍ରଙ୍କ ଜରିଆରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବୀପତ୍ର ଭିସି ଗ୍ରହଣ କରିବା ସହ ବିହିତ ପଦକ୍ଷେପ ନେବୁ ବୋଲି ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳଙ୍କ ଜରିଆରେ ମଧ୍ୟ ଏକ ଦାବୀପତ୍ର ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଦିଆଯାଇଥିଲା । ଏହି ପ୍ରତିନିଧି ମଣ୍ଡଳୀରେ ଏଆଇଡିଏସ୍‌ଓ ରାଜ୍ୟ ଉପସଭାପତି ସୁନିଲ ଭୋଇ, ତ୍ରିଲୋଚନ ସାହୁ, ଗୌରୀ ରାଉତଙ୍କ ସହ ଅନେକ ସଦସ୍ୟ ସାମିଲ ଥିଲେ ।

jayashree
Leave A Reply

Your email address will not be published.