pakka

ଯୁଧିଷ୍ଠିର ମହାବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତାମଖନାସ୍ଥିତ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ୍‌ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଛାତ୍ରଛାତ୍ରୀ ତଥା ସମସ୍ତ କର୍ମଚାରୀମାନଙ୍କ ଦ୍ୱାରା ଏକ ରାଲି ବିଦ୍ୟାଳୟରୁ ବାହାରି ଛତାମଖନା ଗ୍ରାମକୁ ଯାଇ ସେଠାରେ ଲୋକମାନଙ୍କୁ ସଚେତନ କରିଥିଲେ । ‘ସଚେତନତା ଦ୍ୱାରା ହିଁ ଏଡ୍‌ସକୁ ଜିତି ହେବ’ ଏହି ବାର୍ତ୍ତା ରେଲି ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁଦାମ ଚରଣ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଚନ୍ଦନଭାଟି ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏଡ୍‌ସ ଉପରେ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ମୁଖ୍ୟବକ୍ତା ଭାବରେ ଆଇସିଟିସିର କାଉନ୍‌ସେଲର ସଂଗ୍ରାମ କେଶରୀ ରଣା ଯୋଗ ଦେଇ ଏଡ୍‌ସର ସମସ୍ତ ପ୍ରକାରର ସଚେତନତାକୁ ବିସ୍ତୃତ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ସମ୍ମାନୀତ ଅତିଥି ଭାବରେ ରାଜନୀତି ବିଭାଗର ଅଧ୍ୟାପିକା ପଦ୍ମାଳୟା ତ୍ରିପାଠୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ଚିତ୍ରାଙ୍କନ ତଥା ସାଧାରଣଜ୍ଞାନର ପ୍ରତିଯୋଗିତା କରି ପ୍ରମାଣ ପତ୍ର ସହିତ ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଚାରୁଲତା ମିଶ୍ର, ଡ. ଧନଞ୍ଜୟ ସେଠ୍‌, ପ୍ରେମାନନ୍ଦ ବିଶି, ରାଧାକାନ୍ତ ସାହୁ, ଡ. ପବିତ୍ର ଦଣ୍ଡସେନା, ଦିଗାମ୍ବର ପାଣ୍ଡେ, ଦୁଃଖୀଶ୍ୟାମ ବାଗ୍‌ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଯୁବ ରେଡ୍‌କ୍ରସର ଜିଲ୍ଲା ସଂଯୋଜକ ତଥା ସଂସ୍କୃତ ଅଧ୍ୟାପକ ଡ. ଦୈତାରୀ ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପାଦିତ ହୋଇଥିଲା । ଶେଷରେ ଓଡିଆ ଅଧ୍ୟାପକ ଡ. ପବିତ୍ର କୁମାର ଦଣ୍ଡସେନାଙ୍କ ଧନ୍ୟବାଦ ଅର୍ପଣ ପରେ ସଭାକାର୍ଯ୍ୟ ସମାପିତ ହୋଇଥିଲା ।

jay balangir
Leave A Reply

Your email address will not be published.

nineteen − twelve =