ଆମ ଆଦମୀ ପାର୍ଟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଆନ୍ତରାଷ୍ଟ୍ରୀୟ ଅହିଂସା ଦିବସ ପାଳିତ

ବରଗଡ, (ଗୋପୀନାଥ ସାହୁ) : ଅକ୍ଟୋବର ୨ ତାରିଖକୁ ଗାନ୍ଧୀ ଜୟନ୍ତୀ ଓ ଆନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବେ ସାରା ବିଶ୍ୱରେ ପାଳନ କରଯାଏ । ଏହି ଅବସରରେ ଗାନ୍ଧୀଜୀଙ୍କ ଅହିଂସାର ମନ୍ତ୍ରକୁ ପାଥେୟ କରି ଆମ ଆଦମୀ ପାର୍ଟି ତରଫରୁ ବରଗଡ ଗାନ୍ଧୀ ଛକ ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଦେଶର ସ୍ଥିତିକୁ ଦେଖିଲେ ସମ୍ପ୍ରଦାୟିକ ହିଂସା, ଜାତିଆଣ ହିଂସା ବଢି ଚାଲିଥିବା ବେଳେ ଗାନ୍ଧୀଜୀଙ୍କ ଦେଖାଇ ଥିବା ରାସ୍ତା ହିଁ ଏକ ମାତ୍ର ବାଟ ବୋଲି ମତବ୍ୟ‌କ୍ତ କରାଯାଇଛି । ଦେଶରେ ବଳାତ୍କାର ଓ ହତ୍ୟା ବଢିଥିବାରୁ ଏପରିକି ବ୍ୟବସ୍ଥାକୁ ପରିବର୍ତନ କରିବାର ସମୟ ଆସିଛି ବୋଲି ଜିଲ୍ଲା ଆବାହକ ଭବାନୀ ପ୍ରସାଦ ସାହୁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ଲିଗାଲ ସେଲ ମୁଖ୍ୟ ଆଇନଜୀବୀ ରମେଶ ପତି, ସ୍ୱରୂପ ଭୋଇ, ଅସିତ ସାହୁ, ମହିଳା ସଙ୍ଘଠନର ସବିତା ମଲ୍ଲିକ, ମମତା ବେହେରା, ଆଦିବାସୀ ସଂଗଠନର ମରିୟମ ବାର୍ଲା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.