ଗଞ୍ଜାମରେ ସ୍ୱାସ୍ଥ୍ୟକର୍ମୀ ଛଟେଇର ପ୍ରତିବାଦ

ଗଞ୍ଜାମ : ଦରକାର ବେଳେ ନେଲେ, ବିନା ନୋଟିସ ରେ ବିଦା କରିଦେଲେ । ଏଭଳି ନାରା ଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ୱାସ୍ଥ୍ୟକର୍ମୀମାନେ । କୋରୋନାର ଭୟଙ୍କର ପରିସ୍ଥିତିରେ ଜୀବନକୁ ବାଜି ଲଗାଇ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ସରକାର ବହିସ୍କାର କରିବାରୁ ଏଏନଏମ୍ , ଜିଏନଏମ୍ ଏବଂ ଫାର୍ମାସିଷ୍ଟ ଅସନ୍ତୁଷ୍ଠ ପ୍ରକାଶ କରିଛନ୍ତି । ସରକାରଙ୍କର ଏଭଳି ନିଷ୍ପତିକୁ ପ୍ରତିବାଦ କରି ଅନେକ ସ୍ୱାସ୍ଥ୍ୟକର୍ମୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଗତକାଲି ରାତିରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣରେ ବସିଛନ୍ତି । ଜିଲ୍ଲାପାଳ ଚୂଡାନ୍ତ ନିଷ୍ପତ୍ତି ନ ନେବା ଯାଏଁ ଧାରଣା ଜାରି ରହିବ ବୋଲି ସ୍ୱାସ୍ଥ୍ୟକର୍ମୀମାନେ କହିଛନ୍ତି ।

Leave A Reply

Your email address will not be published.