ହାଥ୍‌ରସ୍‌ରେ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲା : ରାହୁଲ ଗାନ୍ଧୀଙ୍କୁ ପୋଲିସ ଦ୍ୱାରା ଅପମାନ ଓ ଠେଲାପେଲା ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତର ପ୍ରଦେଶର ହାଥ୍‌ରସ୍ ଠାରେ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ପୀଡିତା ପରିବାରଙ୍କୁ ସମବେଦନା ଜଣାଇବା ପାଇଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ପୀଡିତା ପରିବାରଙ୍କ ପାଖକୁ ଯାଉଥିଲେ । ବହୁ ପୁର୍ବରୁ ତାଙ୍କ ଗାଡି ରୋକି ଦିଆଯିବାରୁ ସେ ପଦଯାତ୍ରା କରି ହାଥରସ୍ ଗ୍ରାମକୁ ଯିବା ପାଇଁ ସ୍ଥିର କରିଥିଲେ । ତେବେ ସେ ପଦ ଯାତ୍ରା କରି ଉକ୍ତ ଗ୍ରାମକୁ ଯିବା ସମୟରେ ଉତ୍ତର ପ୍ରଦେଶ ପୋଲିସ ଦ୍ୱାରା ବେଆଇନ ଭାବରେ ରାହୁଲ ଗାନ୍ଧୀଙ୍କୁ ବଳ ପ୍ରୟୋଗ କରି ବାଟରେ ଅଟକାଇ ଦିଆଯାଇଥିଲା । ପୋଲିସ ଦଳିତ ମହିଳା ଉପରେ ହୋଇଥିବା ବର୍ବର କାଣ୍ଡକୁ ଚାପି ଦେବା ଉଦ୍ୟମରେ ନିର୍ମମ ଭାବରେ ବଳ ପ୍ରୟୋଗ କରି ରାହୁଲ ଗାନ୍ଧୀଙ୍କୁ ଠେଲାପେଲା କରିବା ସହ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି କରିଥିଲା । ଏହାର ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ଏହା ତଦନ୍ତ କରି ପୋଲିସ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଛାତ୍ରନେତା ଅଙ୍କିତ ସାହୁ ଉତ୍ତର ପ୍ରଦେଶ ସରକାର ଦ୍ୱାରା ପରିଚାଳିତ ପୋଲିସ ଜାଣିଶୁଣି ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ଲୋକଙ୍କ ପାଖକୁ ଯେପରି ରାହୁଲ ଗାନ୍ଧୀ ନ ପହଞ୍ଚି ପାରିବେ ସେ ଷଡଯନ୍ତ୍ରରେ ସାମିଲ ଅଛି ବୋଲି ଅଭିଯୋଗ କରି ଏହାର ଏକ ନ୍ୟାୟିକ ତଦନ୍ତ କରାଯାଉ ବୋଲି ଦାବୀ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୀ ଆଦିତ୍ୟନାଥଙ୍କ ଫଟୋଚିତ୍ର ଦାହ କରିଥିଲେ । ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରୋଶନ ମିଶ୍ର, ସୁମିତ ପଟ୍ଟନାୟକ, ନିରଞ୍ଜନ ମିଶ୍ର, ଶଙ୍କର ବିଶି, ଟୁଲୁ ସେନ, ଲମଣି ନାଏକ, ଅମିୟ କୁମାର ବଗର୍ତ୍ତି, ଶୁଭେନ୍ଦୁ ସାହୁ, ସନତ ପ୍ରଧାନ, ମହେନ୍ଦ୍ର ବାରିକ, ରସିକ ପାଲିତ, ଶୁଭଙ୍କର ବାଗ ଏବଂ ସାହିଦ ଖାନ ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.