ପୋଲିସ ଭ୍ୟାନ୍‌କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ : ଜଣେ ମୃତ, ୪ ଆହତ

ବାରିପଦା : ପୋଲିସ ଭ୍ୟାନ୍‌କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଦୁର୍ଘଟଣାରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି । ଆଇଆଇସିଙ୍କ ସମେତ ୪ ଜଣ ଆହତ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ୍‌ ପେଟ୍ରୋଲ ପମ୍ପ ସାମ୍ନାରେ ପୋଲିସ ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଉଦଳା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିବା ପରେ ପୋଲିସ ଗାଡ଼ି ଚୁର୍‌ମାର୍ ହୋଇଯାଇଛି । ଫଳରେ ଗାଡ଼ି ତଳେ ଚାପି ହୋଇ ହୋମଗାର୍ଡ ଲକ୍ଷ୍ମୀଧର ମହାନ୍ତଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଆଇଆଇସି ଓ ଡ୍ରାଇଭର୍‌ଙ୍କୁ ବାରିପଦାକୁ ସ୍ଥାନାନ୍ତର କରାଯାଇଛି । ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

Leave A Reply

Your email address will not be published.