om academy

ଦନ୍ତାହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ

jsm

ଘୁ. ଉଦୟଗିରି : ଦନ୍ତାହାତୀ ଆକ୍ରମଣରେ କନ୍ଧମାଳ ଜିଲ୍ଲା ରେଟୁଡ଼ି ଗ୍ରାମର ଟିକେନ୍ଦ୍ର କୁମାର୍ ପ୍ରଧାନ(୨୫) ଗୁରୁତର ଆହତ ହୋଇଛନ୍ତି । ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ହାତୀ ଘଉଡ଼ାଇ ଥିବା ବେଳେ ହାତୀ ଫେରି ଆସି ଯୁବକଙ୍କୁ ଟେକି କଚାଡି ଫିଙ୍ଗି ଥିଲା ଓ ହାତୀ ଦାନ୍ତ ମୁଣ୍ଡରେ ବାଜିବା ଫଳରେ ମୁଣ୍ଡ ଫାଟିଯାଇଛି । ବନ କର୍ମଚାରୀଙ୍କ ଦ୍ୱାରା ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବିଗତ କିଛି ଦିନ ହେବ ୧୮ ଟିକିଆ ହାତୀପଲ ଆସିଥିବା ଖବର ରହିଥିବା ବେଳେ ରାତି ୮ଟା ବେଳେ କିନ୍ତୁ ଅଘଟଣ ଘଟିଛି । ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଳିତ ଭାବରେ ହାତୀ ଘୋଉଡ଼ାଇବାକୁ ପ୍ରୟାସ କରୁଥିବା ବେଳେ ହାତୀ ଆକ୍ରମଣ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.