om academy

ସୁଧ ଆଣି ଟଙ୍କା ସୁଝିପାରିଲେନି ପରିବାର : ହାତର ଶିରା କାଟିଲେ ପରିବାରର ୬ ଜଣ ସଦସ୍ୟ

jsm

ପଞ୍ଜାବ : ସୁଧ ଆଣି ଟଙ୍କା ସୁଝିପାରିଲେନି ପରିବାର । ସୁଧ ଦେଇଥିବା ଲୋକେ ଟଙ୍କା ମାଗିବାରୁ ଏକା ସାଙ୍ଗରେ ହାତର ଶିରା କାଟିଲେ ପରିବାରର ୬ ଜଣ ସଦସ୍ୟ । ଘଟଣାଟି ଘଟିଛି ପଞ୍ଜାବର ଫରିଦାବାଦ‌ରେ । ଏହି ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୫ ଜଣଙ୍କ ଚିକିତ୍ସା ଚାଲିଛି । ଘଟଣାକୁ ନେଇ ଏବେ ସୁଧ ମାଗିବା ନାମରେ ହଇରାଣ କରୁଥିବା ଲୋକଙ୍କ ବିରୋଧ‌ରେ ଏତଲା ରୁଜୁ କରିଛି ପୁଲିସ । ସୂଚନା ମୁତାବକ, ପରିବାରରେ ସ୍ୱାମୀ, ସ୍ତ୍ରୀ, ସେମାନଙ୍କ ପୁଅ-ବୋହୂ ଓ ୨ ଜଣ ନାତି ରହୁଥିଲେ । ସୁଧ କିଏ ଆଣିଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପରିବାରର ସବୁଠୁ ବୟସ୍କ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏବେ ଗୁରୁତର ଥିବା ଅନ୍ୟ ସଦସ୍ୟଙ୍କ ଚିକିତ୍ସା ଫରିଦାବାଦର ଘରୋଇ ଡାକ୍ତରଖାନା‌ରେ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.