pakka

ବାଇକ୍ ଦୁର୍ଘଟଣାରେ ୩ ଜଣ ଆହତ

bbehera

ଉଲୁଣ୍ଡା : ଉଲୁଣ୍ଡା ଥାନା ପୁଟୁରୁପାଲି ରାସ୍ତାରେ ବାଇକ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ଆହତ ଯୁବକମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିଲେ । ଆହତ ଯୁବକମାନେ ବଡାଲିର ଏବଂ ଖେମାଲାଏର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଏକ ବାଇକ୍ ଯୋଗେ ୩ ଜଣ ଯୁବକ ଉଲୁଣ୍ଡା ପଟକୁ ଆସୁଥିବା ବେଳେ ପୁଟୁରୁପାଲି ବୁଲାଣି ରାସ୍ତାରେ ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରୁ ତିନିଜଣଙ୍କୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସୋନପୁର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.

five − 5 =