pakka

ଅଗ୍ନିବୀର ନିଯୁକ୍ତି ରାଲି ଆସନ୍ତା ୧୭ରୁ ୧୯ ପର୍ଯ୍ୟନ୍ତ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆସନ୍ତା ତା ୧୬/୦୬/୨୩ରୁ ତା ୧୯/୦୬/୨୩ ପର୍ଯ୍ୟନ୍ତ ସମ୍ବଲପୁର ସ୍ଥିତ ସେନା ନିଯୁକ୍ତି ଅଧିକାରୀଙ୍କ ତତ୍ୱାବଧାନରେ ଅଗ୍ନିବୀର ନିଯୁକ୍ତି ରାଲି (ଅଗ୍ନିପଥ ଯୋଜନା) ଦ୍ଵିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ । ଅଗ୍ନିବୀର ସେନା ନିମନ୍ତେ ପଞ୍ଜିକୃତ କରି ଯୋଗ୍ୟ ବିବେଚିତ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲାର ପ୍ରାର୍ଥୀଙ୍କ ନିମନ୍ତେ ଚଳିତ ଜୁନ ମାସ ତା ୧୭ରେ ଅଗ୍ନିବୀର ଜିଡି, ଜୁନ ୧୮ରେ ଅଗ୍ନିବୀର ଟେକ୍ନିକାଲ/କ୍ଲର୍କ/ଏସ୍‌କେଟି (ଦଶମ ପାସ) ଏବଂ ଅଗ୍ନିବୀର ଟ୍ରେଡ଼ସମେନ (ଅଷ୍ଟମ ପାସ)ଙ୍କ ପାଇଁ ନିର୍ଦ୍ଧାରିତ ରହିଥିବା ବେଳେ ଜୁନ ତା ୧୯ ସ୍ପେୟାର ଡେ ଓ ମେଡିକାଲ ଟେଷ୍ଟ ପାଇଁ ଉଦ୍ଧିଷ୍ଟ ରହିଛି । ଏହି ନିଯୁକ୍ତି ରାଲି ସମ୍ବଲପୁର ସ୍ଥିତ ଜମାଦାରପାଲି, ଏୟାର ଷ୍ଟ୍ରିପଠାରେ ସମ୍ବଲପୁର ସ୍ଥିତ ସେନା ନିଯୁକ୍ତି ଅଧିକାରୀଙ୍କ ଅଧିନସ୍ଥ ସମସ୍ତ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଆୟୋଜିତ ହେବ । ଜିଲ୍ଲାରୁ ଯୋଗ୍ୟ ବିବେଚିତ ପ୍ରାର୍ଥୀ ଉପରୋକ୍ତ ତାରିଖରେ ରାଲିରେ ଅଂଶଗ୍ରହଣ କରିବାକୁ ସମ୍ବଲପୁର ସେନା ଅଧିକାରୀଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

jay balangir
Leave A Reply

Your email address will not be published.

10 + 18 =

error: Content is protected !!