pakka

କଥା କଟାକଟିକୁ ନେଇ ବଲାଙ୍ଗିର ସହର ତାଲପାଲିପଡାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : କଥାକଟାକଟିକୁ ନେଇ ମରଣାନ୍ତକ ଆକ୍ରମଣ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ସହର ତାଲପାଲିପଡାରେ । ଜଣେ ଯୁବକଙ୍କୁ କିଛି ଦୃବୁର୍ତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ତାଲପାଲିପଡାର ଆଶିଷ ମହାରଣା ବୟସ(୨୦) । ସୂଚନା ଅନୁସାରେ ଆଶିଷ ତାଙ୍କ ପଡାରେ ଛିଡ଼ା ହୋଇଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଆଉ କିଛି ଯୁବକ ତାଙ୍କ ନିକଟକୁ ଆସିଥିଲେ । ତେବେ କୌଣସି କଥାକୁ ନେଇ ସେଠାରେ ଆଶିଷ ଓ ଚାରି ଜଣ ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ ଚାରି ଜଣ ଦୄବୁର୍ତ୍ତ ମିଶି ତାଙ୍କୁ ପଥର ମାଡ଼ କରିଥିଲେ । ଏଥିରେ ଆଶିଷଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଗୁରୁତର ଉଦ୍ଧାର କରି ତାଙ୍କୁ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

18 + nineteen =

error: Content is protected !!