pakka

ଦୁନିଆଁ ଦେଖୁଛି ଆଗମନଙ୍କ ହାତର ଯାଦୁ : କଥା କହୁଛି ଆଗମନଙ୍କ ପେନ୍‌ସିଲ ଚିତ୍ର

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ଇଚ୍ଛା ଥିଲେ ସବୁ ସମ୍ଭବ । ମଣିଷ ଜୀବନରେ କେତେବେଳେ କାହାର ଭାଗ୍ୟ ବଦଳି ଯାଏ, ତାହା କେହି ମଧ୍ୟ ଜାଣି ନ ଥାଏ । କିନ୍ତୁ ଜଣେ ଏଭଳି ପ୍ରତିଭାର କଥା ଆମେ ଆଜି କହୁଛୁ, ଯାହାଙ୍କ ପେନ୍‌ସିଲ ହିିଁ ତାଙ୍କୁ ଘରେ ଘରେ ପରିଚିତ କରିଛି । ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ତତଲାଗଡ଼ ଭାବରେ ପରିଚିତ ଥିବା ଟିଟିଲାଗଡ଼ ମାଟିର ସୁନାମ ଅର୍ଜନ କରିଥିବା ଚିତ୍ରଶିଳ୍ପୀ ଆଗମନ ଛୁରା । ମଣିଷ ପାଇଁ ପେନ୍‌ସିଲରେ ଗାର ଟାଣି ଜଣେ ମଣିଷର ଅବିକଲ ଚିତ୍ର ଆଙ୍କିବା ବହୁ କଷ୍ଟକର । କିନ୍ତୁ ଜଣକର ଫଟୋ ଚିତ୍ରକୁ ଦେଖି ଅବିକଲ ଫଟୋ ଚିତ୍ର ଆଙ୍କି ପାରୁଛନ୍ତି ଆଗମନ । ତେବେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ସିହିନୀ ପଞ୍ଚାୟତ କୁମୁଡା ଗାଁରେ ରହନ୍ତି ଆଗମନ ଛୁରା । ସେ ୨୦୦୦ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ବାପା ସିମନ ଛୁରା ଓ ମା’ ସୂର୍ଯ୍ୟକାନ୍ତି ଛୁରାଙ୍କ ଏକମାତ୍ର ସନ୍ତାନ ଅଟନ୍ତି । ବାପା ମା’ ଗରିବ ଶ୍ରେଣୀର ହୋଇଥିବା ବେଳେ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର ମାନିଛି । ଭାଗ୍ୟ ଧୀରେ ଧୀରେ ବଦଲିବାରେ ଲାଗିଛି ଆଗମନଙ୍କର । ପିଲା ବେଳରୁ ଚିତ୍ରକୁ ଭଲ ପାଉଥିବା ଆଗମନ ଅନେକ ସମୟରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଆସୁଥିଲେ । ତାଙ୍କର ଏହି କଳା ପ୍ରତି କେହି ବି ଧ୍ୟାନ ଦେଇନଥିଲେ । ଗତ ୨୦୧୭ ମସିହା ଠାରୁ ଆଗମନ ହଠାତ୍‌ ଚିତ୍ର କଳାକୁ ଗମ୍ଭୀରତା ସହ ଅନେକ ଚିତ୍ର ଆଙ୍କିଲେ । କେବଳ ପେନସିଲ୍‌ରେ ଚିତ୍ର କରୁଥିବା ଆଗମନ ବିଭିନ୍ନ ସେଲିବ୍ରିଟି, ଚିତ୍ରତାରକା, ରାଜନୈତିକ ବ୍ୟକ୍ତି, ସାଧୁ ସନ୍ନ୍ୟାସୀଙ୍କ ଚିତ୍ର ନିରନ୍ତର ଭାବେ ଆଙ୍କିବା ଆରମ୍ଭ କଲେ । ତାଙ୍କର ହାତର ଚିତ୍ର ଏତେ ଜୀବନ୍ତ ହେଉଛି ଯେ, ପ୍ରଥମେ ପ୍ରଥମେ ତାଙ୍କ ଗାଁର କିଛି ବ୍ୟକ୍ତି ସେ ଜେରେକ୍ସ କରି ଚିତ୍ର କରିଛନ୍ତି ତଥା ତାଙ୍କ ମାନସିକ ଭାରସାମ୍ୟ ଠିକ ନାହିଁ ବୋଲି କହିବା ମଧ୍ୟ ଆରମ୍ଭ କରି ଦେଇଥିଲେ । ହେଲେ ଏଭଳି କଠିନ ସମୟରେ ଆଗମନଙ୍କ ବାପା ମା’ ତଥା ତାଙ୍କର ଜଣେ ସମ୍ପର୍କୀୟ ଭାଇ ଜୁଏଲ ସିଂ ସୁନା ତାଙ୍କୁ ଉତ୍ସାହିତ କରିବା ଆରମ୍ଭ କରିଥିଲେ । ସେମାନଙ୍କ ଉତ୍ସାହ ପାଇବା ପରେ ତାଙ୍କୁ ମିଳୁଥିବା ପକେଟ ମନିକୁ ଖର୍ଚ୍ଚ କରି ଡ୍ରଇଂ ପେପର, ବିଭିନ୍ନ ପ୍ରକାରର ପେନସିଲ ଆଦି କିଣି ଆଗମନ ଚିତ୍ର ଆଙ୍କିବା ଦିଗରେ ମନୋନିବେଶ କଲେ । ସେ ମଦର ଟେଲେସାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନେତା, ମନ୍ତ୍ରୀ, ହିରୋ, ହିରୋଇନ, ସାମ୍ବାଦିକ ତଥା ଅନେକ କଳାକାରମାନଙ୍କ ଶହ ଶହ ଚିତ୍ର ଆଙ୍କି ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ପାଖରେ ଏତେ କଳା ଥିଲେ ସୁଦ୍ଧା ବର୍ତ୍ତମାନ ପର୍ୟ୍ୟନ୍ତ ଆଗମନଙ୍କୁ କୈ।ଣସି ପ୍ରକାରର ସ୍ୱୀକୃତି ମିଳି ପାରିନାହିଁ । ଏହା ଫଳରେ ଆଗକୁ ଦୁଇ ପାଦ ବଢିବାରେ ସେ ସଫଳ ହୋଇ ପାରୁନାହାନ୍‌ନ୍ତି ବୋଲି ଆଗମନ କୁହନ୍ତି । ପ୍ରଥମେ କେବଳ ପେନସିଲ ଆର୍ଟ କରୁଥିବା ବେଳେ ବର୍ତ୍ତମାନ ତୈଳଚିତ୍ର ପେନ ଆର୍ଟ ମଧ୍ୟ କରିବା ଆରମ୍ଭ କଲେଣି । ଦିନକୁ ଦିନ ତାଙ୍କର ଏଭଳି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବା ପ୍ରତିଭା ବିକଶିତ ହେଉଥିବା ବେଳେ ସହାୟତାର ହାତ ବଢ଼ାଇବା ପାଇଁ କାହାର ହାତ ବଢ଼ୁନଥିବା ବେଳେ ତାଙ୍କର ପ୍ରତିଭା ଲୋକଲୋଚନକୁ ଆସିବା ପାଇଁ କାଠିକର ହୋଇ ପଡୁଛି । ତେବେ ଏଭଳି କଳା ପ୍ରତିଭା ଅଧିକାରୀ ଆଗମନଙ୍କ ପାଇଁ ଟିଟିଲାଗଡ଼ବାସୀ ଗର୍ବିତ ବୋଲି ମନେ କରୁଛନ୍ତି । ଆଗମନ ଚିତ୍ର ଆଙ୍କିବା ସହ ବାଦ୍ୟ ବଜାଇବା ଦିଗରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି । ଆଗମନଙ୍କ ପାଇଁ ସରକାରୀ ସହାୟତା ଓ ପ୍ରୋତ୍ସାହନ ନିହାତି ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

10 + one =

error: Content is protected !!