pakka

ଅଦିନିଆ ବର୍ଷା ଓ ମେଘୁଆ ପାଗ ଯୋଗୁଁ ପରିବା ଚାଷ ନଷ୍ଟ : ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ଜାନୁୟାରୀ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନି ଧରି ଅଦିନିଆ ବର୍ଷା ହେବା ଫଳରେ ବ୍ୟାପକ ମାତ୍ରାରେ ଟମାଟୋ, କୋବି, ବାଇଗଣ, ସୋରିଷ, ଆଳୁ, ଝୁଡଙ୍ଗ ଆଦି ପନିପରିବା ଫସଲ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ତେନ୍ତୁଲିମୁଣ୍ଡା ପଞ୍ଚାୟତ ମୁଣ୍ଡୋଦର ଗ୍ରାମର ଚାଷୀ ଆନନ୍ଦ ପୁଟେଲ ପ୍ରାୟ ୨ ଏକର ଜମିରେ ଟମାଟୋ ଚାଷ କରିଥିଲେ ହେଲେ ଅଦିନିଆ ବର୍ଷାରେ ଟମାଟୋ ଫଳ ପଚି ନଷ୍ଟ ହେଉଛି । ଧାର କରଜ କରି ଚାଷ କରିଥିବା ବେଳେ ବହୁ କ୍ଷତି ଗ୍ରସ୍ତ ହେବା ଯୋଗୁଁ ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ ଆନନ୍ଦ । ପ୍ରାୟ ୫୦ ହଜାରରୁ ଅଧିକ ଟଙ୍କା ଟମାଟୋ ଚାଷ ପାଇଥାନ୍ତି ବୋଲି ଆନନ୍ଦ କହିଛନ୍ତି । କିପରି ଧାର କରଜ ପରିଶୋଧ କରିବି ବୋଲି ଚିନ୍ତାରେ ଭାଙ୍ଗି ପଡିବା ସହ ପରିବାର ଚଳାଇବାରେ ଅସୁବିଧାର ସମୁଖୀନ ହେବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତିି । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସେ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

four × five =