csstore

ପଦ୍ମପୁର ପାଇଁ ବିକାଶ ରାସ୍ତା ଖୋଲିବା ଆରମ୍ଭ ମାତ୍ର : ସାଂସଦ ସୁରେଶ ପୂଜାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସ୍ଥିତ ଧର୍ମଶାଲାଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପାଇକମାଲ ନାଗରିକ କମିଟି ତରଫରୁ ସମ୍ୱର୍ଦ୍ଧନା ଗ୍ରହଣ କରିବା ଅବସରରେ ବରଗଡ ସାଂସଦ ସୁରେଶ ପୂଜାରୀ ଓ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସମ୍ବର୍ଦ୍ଧନା ଉତ୍ସବରେ ସାଂସଦ ଶ୍ରୀ ପୂଜାରୀ ବକ୍ତବ୍ୟରେ କହିଥିଲେ ଯେ, ଦୀର୍ଘ ଦଶନ୍ଧି ଧରି ଏ ଅଞ୍ଚଳର ଏକ ମୁଖ୍ୟ ଦାବୀ ବରଗଡ – ନୁଆପଡା ଭାୟା ପଦ୍ମପୁର ନୂଆଁ ରେଲ ପଥର ବିକାଶ ବିଗତ ସରକାରମାନେ କୌଣସି ଦୃଷ୍ଟି ଦେଇ ନ ଥିଲେ । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସ୍ବୀକୃତି ପ୍ରଦାନ କରି ଏ ଅଞ୍ଚଳର ବିକାଶର ରାସ୍ତା ଖୋଲିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ରେଳ ପଥର ବିକାଶ ସହ ମହାପ୍ରଭୁ ଶ୍ରୀ ନୃସିଂହନାଥ ମନ୍ଦିରକୁ କେନ୍ଦ୍ରୀୟ ଆର୍କିଓଲୋଜି ବିଭାଗ ହାତକୁ ନେଇ ମନ୍ଦିର ସୌନ୍ଦର୍ଯ୍ୟିକରଣ ଓ ପର୍ଯ୍ୟଟନୀ ହକ୍‌ କରାଯିବାର ନିଷ୍ପତ୍ତି ଏ ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ଅଦ୍‌ଭୂତ ପୂର୍ବ ପରିବର୍ତ୍ତନ ଆଣିବ, ଏହି ପରିପ୍ରେକ୍ଷୀରେ ସେ ଅଞ୍ଚଳବାସୀଙ୍କ ଅନବରତ ଉଦ୍ୟମକୁ ପ୍ରଶଂସା କରିବା ସହ ଆହ୍ବାନ ଦେଇ କହିଥିଲେ କି ପ୍ରଧାନମନ୍ତ୍ରୀ ମୋଦୀଜୀ ଦେଶର ଅନୁନ୍ନତ ଅଞ୍ଚଳର ବିକାଶ ପାଇଁ ସଂକଳ୍ପବଦ୍ଧ ଏବଂ ସବକା ସାଥୀ, ସବକା ବିଶ୍ବାସ ଆମ ସରକାରଙ୍କ ମୂଳମନ୍ତ୍ର । ସଭାରେ ସ୍ଥାନୀୟ ନାଗରିକ କମିଟି ସଭାପତି ମନୋଜ ତ୍ରିବେଦୀ, ଆଇନଜୀବୀ ରାମ ରତନ ପୁରୋହିତ, ରାଜ କିଶୋର ସାହୁ, ଦିଲ୍ଲୀପ ଅଗ୍ରୱାଲ, ନୀଳମଣି ପଣ୍ତା ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଜେପି ଜିଳ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ଉପସଭାପତି ସରୋଜ ସାମଲ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ପାଇକମାଲ ସାଂସଦ ପ୍ରତିନିଧି ବଳରାମ ସାହୁଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.