pakka

ଲଜ୍ଜ୍ୟା : ସହର ଭିତରେ ବି ଜାତି ଅଜାତି ଭେଦଭାବ, ଡୁଙ୍ଗୁରିପଡ଼ାରେ ଦୀର୍ଘ ସମୟ ଧରି ପଡ଼ି ରହିଲା ଶବ, ପାଖ ପଡେ଼ାଶୀ ପାଖ ମାଡ଼ିଲେନି

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଏକ ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି । ସହର ଭିତରେ ବି ଜାତି ଅଜାତି ଭେଦଭାବ ଏତେ ପ୍ରଖର ରହିଥିବା ଏହି ଘଟଣାରୁ ଅନୁମାନ କରାଯାଇଛି । ସ୍ଥାନୀୟ କଲେଜ ଛକ ନିକଟସ୍ଥ ଡୁଙ୍ଗୁରିପଡ଼ାରେ ସକାଳୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜାତି ଅଜାତି ଭେଦଭାବକୁ ନେଇ ଶବର ପାଖ ମାଡ଼ି ନଥିଲେ ପାଖ ପଡେ଼ାଶୀ କିମ୍ବା ଜାତି ଭାଇ । ସୂଚନା ଅନୁସାରେ ଡୁଙ୍ଗୁରିପଡ଼ାରେ ବସବାସ କରୁଥିବା ବୀର ମୁଣ୍ଡାଙ୍କ ତିନି ଝିଅ ଅନ୍ୟ ଜାତିରେ ବାହା ହୋଇଥିବା ଯୋଗୁଁ ତାଙ୍କୁ ଜାତିରୁ ବାସନ୍ଦ କରାଯାଇଥିଲା । ଆଜି ସକାଳ ୮ଟା ସମୟରେ ତାଙ୍କ ମୃତ୍ୟୁ ଘଟିଥିବା ବେଳେ ଅପରାହ୍ନ ୪ଟା ଯାଏଁ ଶବ ପଡ଼ି ରହିଥିଲା । ଶେଷରେ ତାଙ୍କ ଝିଅ ପୁଅ, ନାତି ନାତୁଣୀ ମିଶି ତାଙ୍କୁ କାନ୍ଧ ଦେଇଥିବା ଦେଖିବାକୁ ମିଳିଛି ।

pp
Leave A Reply

Your email address will not be published.

12 − 8 =