ଦୁଇ ବାଇକ ମୁହାଁମୁହିଁ ଧକ୍କା : ୨ ଗୁରୁତର, ୨ ଆହତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ଥାନା ଅନ୍ତର୍ଗତ ଦାମୋଦରପୁର-ସାନବଜାର ମଧ୍ୟରେ ରାତ୍ର ୭ଟା ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୨ ଜଣ ଗୁରୁତର ଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଗୁରୁତର ଦୁଇଜଣ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିଶ୍ଚିତ ହେଉଥିବା ଜଣାପଡିଛି । ଗୁରୁତର ଦୁଇଜଣ ହେଲେ ଗୋଖରକୁଦା ଗ୍ରାମାର ଡ଼ବ୍ଲ୍ୟୁ.ନାଛେନା ଓ ଡି.ଚିନେୟା । ଆହତଙ୍କ ମଧ୍ୟରେ କଲ୍ୟାଣ ପୁର ଅଞ୍ଚଳର କେ.କ୍ଷୀରୋଦ ରେଡି ଓ ରାଜେଶ ରେଡି ବୋଲି ଜଣାପଡିଛି । ସେମାନଙ୍କୁ ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଦୁର୍ଘଟଣା ଘଟିବା ପରେ ଦାମୋଦରପୁର ଗ୍ରାମର ସମାଜସେବୀ ପି.ଚନ୍ଦ୍ରଶେଖର ରେଡି, ୱାଇ.ମନୋଜ କୁମାର ରେଡି ଆହତମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇବାର ବ୍ୟବସ୍ଥା କରିଥିଲେ ।

Leave A Reply

Your email address will not be published.

six + 18 =