ବରଗଡ଼ ମୁଣ୍ଡାପଡାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସାରା ବିଶ୍ୱରେ ଅଗଷ୍ଟ ୯ ତାରିଖକୁ ବିଶ୍ଵ ଆଦିବାସୀ ଦିବସ ଭାବେ ପାଳନ କରାଯାଏ । ଚଳିତ ବର୍ଷ ବରଗଡ଼ ମୁଣ୍ଡାପଡାରେ ଏହି ଦିବସ ପାଳନ କରାଗଲା । ମହାପୁରୁଷ ବିର୍ଷା ମୁଣ୍ଡା ଓ ବାବା ସାହେବ ଆମ୍ବେଦକରଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପାରମ୍ପରିକ ଗୀତ, ନୃତ୍ୟ, ପୋଷାକର ଏକ ଝଲକ ଦେଖିବାକୁ ମିଳିଥିଲା । ବିର୍ଷା ମୁଣ୍ଡା ସଂଘର୍ଷ ବାହିନୀ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମରିୟମ ବାର୍ଳା, ପବିତ୍ର ଦେହେରି, ଅଲିମ ରିଜବୀ, ସଂଜୀବ ସୁନା, ଅମିତାଭ ପାତ୍ର, ରମେଶ ମହାପାତ୍ର, ଭବାନୀ ସାହୁ, ଗୁରୁପ୍ରୀତ ସିଂ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଆଦିବାସୀମାନଙ୍କ ଅଧିକାର ବିଷୟରେ ଆଲୋଚନା ହେବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଆଦିବାସୀ କୃତିତ୍ୱ ମାନଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.

16 − nine =