csstore

ଲୋଇସିଂହାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଆଦିବାସୀ କଲ୍ୟାଣ ଭବନଠାରେ ସୋମବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରୀତିଚନ୍ଦ୍ର ରାଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ସଙ୍ଘ ଉପଦେଷ୍ଟା ଶ୍ୟାମସୁନ୍ଦର ଭୋଇ ଏବଂ ମୁଖ୍ୟବକ୍ତା ଭାବେ ବଳଦେବ ଭୋଇ ଯୋଗ ଦେଇଥିଲେ । ଗୋପାଳ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରୁକ୍ମଣ ଧରୁଆ, ଲଳିତ ମୋହନ ପୁଟା, ରାଜେଶ କୁଅଁର, ଚନ୍ଦ୍ରଶେଖର କୁଅଁର, ପବିତ୍ର ଭୋଇ, ଭୁବନେଶ୍ୱର ଧରୁଆ, ଦେବରାଜ ଭୁଏ, ଗୋପାଳ ଧରୁଆ, ଭଗବାନ ଧରୁଆ, କୁମର ସଲତର ପ୍ରମୁଖ ଯୋଗଦେଇ ଆଦିବାସୀ ମାନେ ମୌଳିକ ଏବଂ ଆଇନଗତ ଅଧିକାରରୁ ବଞ୍ଚିତ ହେଉଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିଥିଲେ । ପରିଶେଷରେ ଦଶରଥ ଛତ୍ରୀଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଦିବାସୀଙ୍କ ବିଭିନ୍ନ ସମସ୍ୟା ତଥା ଦାବୀ ସମ୍ବଳିତ ୧୬ ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.