୫ ଲକ୍ଷ ଟଙ୍କାର କୋଭିଡ୍‌ ପରିଚାଳନାର ହିସାବ ଦିଅନ୍ତୁ ସରପଞ୍ଚ : ଆପ୍‌ ନେତା ପୌଲସ୍ତ୍ୟ ସାହା

ପଦ୍ମପୁର, (ନିରୋଜ ମୁମାର ପାଣୀ) : କୋଭିଡ୍‌ ୧୯ର ପ୍ରଥମ ଲହର ସମୟରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିଲ । କୋଭିଡ୍‌ ପରିଚାଲନା ଏବଂ ଗରିବ ଲୋକଙ୍କ ସହାୟତା ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ସରକାର ଦେଇଥିଲେ । କିନ୍ତୁ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥବା ଆମ୍‌ ଆଦ୍‌ମୀ ପାର୍ଟି ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପୌଲସ୍ତ୍ୟ ସାହା ଅଭିଯୋଗ କରିଛନ୍ତି । ସରକାର ଦେଇଥିବା ୫ ଲକ୍ଷ ଟଙ୍କାରେ ବ୍ୟାପକ ବାଟ ମାରଣ ହୋଇ ଥିବା ଶ୍ରୀ ସାହା ମତ ବ୍ୟକ୍ତ କରିଛନ୍ତି । ଏକ ଟ୍ୱିଟ୍‌ ଜରିଆରେ ଶ୍ରୀ ସାହା ଏହାର ତଦନ୍ତ କରି ଦୁର୍ନୀତି ହୋଇଥିଲେ ଅଭିଯୁକ୍ତ ବ୍ୟକ୍ତି ମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ବରଗଡ଼ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଏହାର ବିବରଣୀ ନିଜର ଅଫିସିଆଲ୍‌ ୱେବ୍‌ ସାଇଟ୍‌ରେ ଉପଲବ୍ଧ କରୁ ବୋଲି ଦାବୀ କରିଛନ୍ତି । ଏଥି ପ୍ରତି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆମ୍‌ ଆଦ୍‌ମୀ ପାର୍ଟି ବରଗଡ଼ ଏହା ବିରୋଧରେ ତୀବ୍ର ଆନ୍ଦୋଳନ କରିବ ବୋଲି ମତ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

fourteen − 7 =