pakka

ଆଦିବାସୀ ସମ୍ମିଳନୀରେ ଅବସର ପ୍ରାପ୍ତ ରାଷ୍ଟ୍ରୀୟ ପ୍ରଶାସନିକ ଅଧିକାରୀଙ୍କୁ ଭବ୍ୟ ସ୍ୱାଗତ

bbehera

ଜୟପାଟଣା, (ଶେଷଦେବ ବେହେରା) : ଭାରତୀୟ ରାଜସ୍ୱ ସେବାରୁ ଅବସର ଗ୍ରହଣ କରି ନିଜର ଜନ୍ମମାଟି ଜୟପାଟଣାକୁ ଫେରିବା ପରେ ଗଙ୍ଗାଧର ମାଝିଙ୍କୁ ବିଭିନ୍ନ ସଙ୍ଗଠନ ଦ୍ଵାରା ଭବ୍ୟ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳୁଛି । ଗତ ୨୯ ତାରିଖ ଦିନ ଶ୍ରୀ ମାଝୀ ଛତିଶଗଡ ରାଜ୍ୟର ଜିଏସ୍‌ଟି କମିଶନର ପଦବୀରୁ ଅବସର ଗ୍ରହଣ କଲା ପରେ ଗତ ୩ ତାରିଖ ଦିନ ଗାଁକୁ ଫେରିବା ସମୟରେ ଶହ ଶହ ଶୁଭେଚ୍ଛୁ ଜୟପାଟଣା ଗାଁ ସୀମାରୁ ବିଭିନ୍ନ ବାଦ୍ୟର ତାଳେ ତାଳେ ତାଙ୍କୁ ସ୍ଵାଗତ କରି ତାଙ୍କର ଜୟପାଟଣା ସ୍ଥିତ ବାସଭବନ ପର୍ଯ୍ୟନ୍ତ ସୁସଜ୍ଜିତ ପଟୁଆରରେ ଆଣି ଛାଡ଼ିଥିଲେ । ପୁଣି ବୁଧବାର ପୂର୍ବାହ୍ନରେ ଜୟପାଟଣା ବ୍ଲକ ଅନ୍ତର୍ଗତ ବିମଳା ମଣ୍ଡିଠାରେ ଆୟୋଜିତ ଏକ ଆଦିବାସୀ ସମାବେଶ ଆୟୋଜନ କରାଯାଇ ଶ୍ରୀ ମାଝୀଙ୍କୁ ସ୍ୱାଗତ ସହ ଉପଢୌକନ ପ୍ରଦାନ କରାଯାଇଥିଲା । ଏହି ସ୍ୱାଗତ ସଭାରେ ଉପସ୍ଥିତ ଜନତା ତାଙ୍କୁ ଆଞ୍ଚଳିକ ବିକାଶ ପାଇଁ ଅଣ୍ଟା ଭିଡିବାକୁ ନିବେଦନ କରିଥିଲେ । ଜୟପାଟଣା ଲାଞ୍ଜିଗଡ ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆସୁଥିବାରୁ ଜଣେ ଉଚ୍ଚ ଶିକ୍ଷିତ ଓ ଜାତୀୟସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କୁ ପାଇଥିବାରୁ ସମସ୍ତେ ସାଂପ୍ରତିକ ନିର୍ବାଚନରେ ତାଙ୍କରି ଉପସ୍ଥିତି ପାଇଁ ଆଶାବାଦୀ ଥିବାର ଦେଖିବାକୁ ମିଳୁଛି । ପୂର୍ବରୁ ସାମାଜିକ ସଂସ୍କାର ପାଇଁ ନିଜକୁ ଯୋଡ଼ି ରଖିଥିବା ଶ୍ରୀ ମାଝୀଙ୍କ ଏବେ ରାଜନୈତିକ ଜୀବନ ସାଙ୍ଗରେ ଜଡ଼ିତ ରଖିବା ପାଇଁ ଦାବି ଉଠୁଛି । ଏ ସଂକ୍ରାନ୍ତରେ ଶ୍ରୀ ମାଝୀଙ୍କ ସହ ଏକ ସାକ୍ଷାତକାରରେ ପଚାରିବାରୁ ସେବାକୁ ନିଜର ଜୀବନର ପାଥେୟ କରି ଜୀବନର ପରବର୍ତ୍ତୀ ସମୟ ସମର୍ପିତ ରଖିବି ଏବଂ ଆବଶ୍ୟକ ପଡିଲେ ଅଞ୍ଚଳର ବିକାଶ ପାଇଁ ରାଜନୀତିରେ ପାଦ ଥାପି ପାରନ୍ତି ବୋଲି ପ୍ରକାଶ କରିଥିଲେ ।

jay balangir
Leave A Reply

Your email address will not be published.

five × three =